୧୦୦ ଛକା ପୂରଣ କଲେ ଷ୍ଟୋକ୍ସ

ତାଙ୍କ ପୂର୍ବରୁ ବ୍ରେଣ୍ଡନ ମ୍ୟାକକୁଲମ ଏବଂ ଆଡାମ ଗିଲକ୍ରିଷ୍ଟ ଟେଷ୍ଟ କ୍ରିକେଟରେ ୧୦୦ ଅଥବା ତା’ଠାରୁ ଅଧିକ ଛକା ମାରିଛନ୍ତି….

ନୂଆଦିଲ୍ଲୀ : ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ବେନ ଷ୍ଟୋକ୍ସ ଦଳକୁ ଫେରିବା ପରେ ଜବରଦସ୍ତ ଫର୍ମରେ ଅଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ସିରିଜରେ ସେ ନିଜ ନାମରେ ଏକ ସ୍ୱତନ୍ତ୍ର ରେକର୍ଡ କରିଛନ୍ତି । ସେ ଟେଷ୍ଟ କ୍ରିକେଟରେ ଛକା ମାରିବାରେ ଶତକ ପୂରଣ କରିଛନ୍ତି । ଏପରି କରିବାରେ ସେ ବିଶ୍ୱର ତୃତୀୟ କ୍ରିକେଟର ପାଲଟିଛନ୍ତି । ତାଙ୍କ ପୂର୍ବରୁ ବ୍ରେଣ୍ଡନ ମ୍ୟାକକୁଲମ ଏବଂ ଆଡାମ ଗିଲକ୍ରିଷ୍ଟ ଟେଷ୍ଟ କ୍ରିକେଟରେ ୧୦୦ ଅଥବା ତା’ଠାରୁ ଅଧିକ ଛକା ମାରିଛନ୍ତି । ଷ୍ଟୋକ୍ସ ତାଙ୍କର ୮୨ତମ ଟେଷ୍ଟ ମ୍ୟାଚରେ ଏହି ରେକର୍ଡ ନିଜ ନାମରେ କରିଛନ୍ତି ।