ନାଟୋରେ ମିଶିଲେ ସ୍ୱିଡେନ-ଫିନଲ୍ୟାଣ୍ଡ
ଯଦି ନାଟୋ ଫିନଲ୍ୟାଣ୍ଡ-ସ୍ୱିଡେନରେ ସୈନିକ ଏବଂ ଇନଫ୍ରାଷ୍ଟକଚର ଠିଆ କରେ ତେବେ ରୁଷ ଚୁପ ବସିବ ନାହିଁ…
ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧ ୪ ମାସ ଧରି ଚାଲିଥିବା ସମୟରେ ଏହା ସମାପ୍ତ ହେବାର ଆଶା ଦେଖାଯାଉନାହିଁ । ଇତି ମଧ୍ୟରେ ରୁଷର ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରସଙ୍ଗରେ ନାଟୋର ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଅନ୍ୟପକ୍ଷରେ ରୁଷ ରାଷ୍ଟ୍ରପତି ଏହି ସମ୍ମିଳନୀକୁ ସଂପୂର୍ଣ୍ଣ ରୂପେ ନାପସନ୍ଦ କରି କଠୋର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଏହି ସାମରିକ ସଂଗଠନ ୟୁକ୍ରେନ ସଂଘର୍ଷ ମାଧ୍ୟମରେ ତାହାର ପ୍ରତିଷ୍ଠା ପାଇଁ ଉଦ୍ୟମ ଚଳାଇଛି । ଯଦି ନାଟୋ ଫିନଲ୍ୟାଣ୍ଡ-ସ୍ୱିଡେନରେ ସୈନିକ ଏବଂ ଇନଫ୍ରାଷ୍ଟକଚର ଠିଆ କରେ ତେବେ ରୁଷ ଚୁପ ବସିବ ନାହିଁ । ଆମେ ଏହାର କଡ଼ା ଜବାବ ଦେବୁ । ବାସ୍ତବରେ ଫିନଲ୍ୟାଣ୍ଡ ଏବଂ ସ୍ୱିଡେନ ନିକଟରେ ନାଟୋରେ ସାମିଲ ହୋଇଛନ୍ତି ।