ଭାରତୀୟ ମହିଳା ଦଳ ୨-୦ ସିରିଜରେ ଆଗୁଆ

ଭାରତ ପକ୍ଷରୁ ଓପନର ଶେଫାଳି ବର୍ମା ଏବଂ ସ୍ମୃତି ମାନ୍ଧନାଙ୍କ ପାର୍ଟନରଶିପ ଭାରତକୁ ସହଜ ବିଜୟ ଦେଇଥିଲା…

ନୂଆଦିଲ୍ଲୀ: ଶ୍ରୀଲଙ୍କା-ଭାରତ ମଧ୍ୟରେ ଖେଳାଯାଉଥିବା ମହିଳା ଦିନିକିଆ କ୍ରିକେଟ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତୀୟ ମହିଳା ଟିମର ବିଜୟ ପରେ ୨-୦ରେ ଆଗୁଆ । ଆଜି ଦ୍ୱିତୀୟ ଦିନିକିଆ ମ୍ୟାଚରେ ଶ୍ରୀଲଙ୍କାକୁ ହରାଇ ଭାରତ ୧୦ ୱିକେଟରେ ମ୍ୟାଚ ହାତେଇଛି । ଟସ ଜିତି ଭାରତ ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୧୭୩ ରନ କରିଥିଲା । ଭାରତକୁ ୧୭୪ ରନର ଟାର୍ଗେଟ ଦେଇଥିଲା ଶ୍ରୀଲଙ୍କା ।

ଭାରତ ପକ୍ଷରୁ ଓପନର ଶେଫାଳି ବର୍ମା ଏବଂ ସ୍ମୃତି ମାନ୍ଧନାଙ୍କ ପାର୍ଟନରଶିପ ଭାରତକୁ ସହଜ ବିଜୟ ଦେଇଥିଲା । ଶେଫାଳି ବର୍ମା ୭୧ ରନ କରି ଅପରାଜିତ ରହିଛନ୍ତି । ସେହିପରି ସ୍ମୃତି ୯୪ ରନ କରି ଅପରାଜିତ ରହିଛନ୍ତି । ଏହି ମ୍ୟାଚରେ ରେନୁକା ସିଂହ ୪ ଟି ୱିକେଟ ହାସଲ କରି ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।