ଜାମ୍ମୁରୁ ଅମରନାଥ ଯାତ୍ରା ପାଇଁ ବାହାରିଲେ ଶ୍ରଦ୍ଧାଳୁ

ଏହି ଦଳରେ ଜାମ୍ମୁରୁ ପହଲଗାମ ତଥା ବାଲଟାଲର ଆଧାର ଶିବିର ପାଇଁ ୭,୨୮୨ରୁ ଅଧିକ ତୀର୍ଥଯାତ୍ରୀ ସାମିଲ ଥିଲେ…

ଜାମ୍ମୁ : କଡ଼ା ସୁରକ୍ଷା ମଧ୍ୟରେ ଷଷ୍ଠ ଦଳ ଦକ୍ଷିଣ କାଶ୍ମୀର ହିମାଳୟରେ ୩,୮୮୦ ମିଟର ଉଚ୍ଚା ପବିତ୍ର ଅମରନାଥ ଗୁମ୍ଫା ମନ୍ଦିର ପାଇଁ ବାହାରିଛନ୍ତି । ଏହି ଦଳରେ ଜାମ୍ମୁରୁ ପହଲଗାମ ତଥା ବାଲଟାଲର ଆଧାର ଶିବିର ପାଇଁ ୭,୨୮୨ରୁ ଅଧିକ ତୀର୍ଥଯାତ୍ରୀ ସାମିଲ ଥିଲେ । ସୂଚନା ଅନୁଯାୟୀ ସିଆରପିଏଫର କଡ଼ା ସୁରକ୍ଷା ମଧ୍ୟରେ ୩୩୨ ବାହାନର କାଫିଲେରେ ମୋଟ ୭,୨୮୨ ତୀର୍ଥଯାତ୍ରୀ ଭଗବତୀ ନଗର ଯାତ୍ରୀ ନିବାସରୁ ବାହାରିଛନ୍ତି ।