ସୁସ୍ଥ ହୋଇ ଅଭ୍ୟାସ ଆରମ୍ଭ କଲେ ରୋହିତ

କାରଣ ଜୁଲାଇ ୭ରୁ ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜ ଆରମ୍ଭ ହେବ…

ନୂଆଦିଲ୍ଲୀ: ଭାରତୀୟ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା କରୋନାରୁ ସୁସ୍ଥ ହୋଇଛନ୍ତି । ରୋହିତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ପୂର୍ବରୁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ସେ ଆଇସୋଲେସନରେ ରହିଥିଲେ । ଏହି କାରଣରୁ ଟେଷ୍ଟରେ ସାମିଲ ହୋଇନଥିଲେ । କିନ୍ତୁ ଏବେ ସେ ପୁଣି ପଡିଆକୁ ଫେରିଛନ୍ତ । କାରଣ ଜୁଲାଇ ୭ରୁ ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜ ଆରମ୍ଭ ହେବ । ସେ ଦଳର ନେତୃତ୍ୱ ନେବେ । ଯେଉଁଥିରେ ରୋହିତ ପ୍ରାକ୍ଟିସ କରୁଥିବା ଦେଖିବାକୁ ମିଳିଛି ।