ନୂଆଦିଲ୍ଲୀ: ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରେ ଭୂମିକମ୍ପର ଝଟକା ଅନୁଭବ ହୋଇଛି । ୨୧୫ କିମି ଦୂରରେ ଥିବା ଇଏସଇରେ ସକାଳ ୫ଟା ୫୭ରେ ଭୂକମ୍ପର ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୦ ବୋଲି ଜଣାପଡିଛି । ପୂର୍ବରୁ ମଧ୍ୟ ଏଠାରେ ଅନେକ ଥର ଭୂକମ୍ପର ଝଟକା ଅନୁଭବ ହୋଇଛି । ଏଠାରେ ୪ ଥରରୁ ଅଧିକ ଥର ଝଟକା ଲାଗିଥିଲା । ସେହିପରି ପଶ୍ଚିମବଙ୍ଗର କିଛି ସ୍ଥାନରେ ଭୂମିକମ୍ପର ଝଟକା ଲାଗିଥିଲା ।