ଗୁପ୍ତକାଶି : ବର୍ଷାରୁତୁ ଆରମ୍ଭ ହେବା ସହିତ ତୀର୍ଥଯାତ୍ରିମାନଙ୍କ ସଂଖ୍ୟା କମିବା ଆରମ୍ଭ ହେବା ଦେଖି ବଦରି-କେଦାର ମନ୍ଦିର ସମିତି ନିଷ୍ପତ୍ତି ନେଇଛି । ମନ୍ଦିର ସମିତି ମନ୍ଦିର ଖୋଲିବା ଓ ବନ୍ଦହେବା ସମୟ ବଦଳାଇ ଦେଇଛନ୍ତି । ଏହା ସହିତ ଶ୍ରଦ୍ଦାଳୁ ମାନଙ୍କ ପାଇଁ ଦର୍ଶନ କରିବାର ସମୟ କମାଇ ଦେଇଛନ୍ତି । ସମିତି କହିଛି ଯେ ଏହା ପୂର୍ବରୁ ଯେଉଁଠି ଶ୍ରଦ୍ଧାଳୁ ସକାଶ ୪ଟାରୁ ରାତ୍ରି ୧୧ ଟା ପର୍ଯ୍ୟନ୍ତ ବାବା କେଦାରନାଥଙ୍କ ଦର୍ଶନ କରୁଥିଲେ ବର୍ତମାନ ସକାଳ ୫ଟା ପରଠୁ ଦର୍ଶନ ଆରମ୍ଭ ହେବ ଏବଂ ସନ୍ଧ୍ୟା ଆରତୀ ଏବଂ ଶୃଗାର ଦର୍ଶନ ପରେ ରାତି ୯ଟା ବେଳକୁ ମନ୍ଦିର ବନ୍ଦ ହୋଇଯିବ ।
Prev Post