ଅଲଗା ଦଳରୁ ଖେଳିବେ ରିଦ୍ଧିମାନ ସାହା

ତେବେ ଜଣେ ଖେଳାଳିଙ୍କ ବ୍ୟତୀତ ତାଙ୍କୁ ଏହି ଦଳେର ଜଣେ ମେଣ୍ଟରର ଦାୟିତ୍ୱ ମିଳିବ…

ନୂଆଦିଲ୍ଲୀ : ଭାରତର ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ସାହା ଏବେ ନିଜ ଦଳ ଛାଡିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଣିକି ଅନ୍ୟ ଏକ ଦଳରୁ କ୍ରିକେଟ ଖେଳିବେ ସାହା । ଅନ୍ୟ ଦଳକୁ ଯିବା ପାଇଁ ତାଙ୍କୁ ଟିମ ତରଫରୁ ଏନଓସି ମଧ୍ୟ ମିଳିସାରିଛି । ରିଦ୍ଧିମାନ ସାହାଙ୍କର ହଠାତ ଏମିତି ଏକ ନିଷ୍ପତ୍ତି ଚକିତ କରି ଦେଇଛି । ଯାହାକୁ ନେଇ କ୍ରିକେଟ ଜଗତରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏବେ ତ୍ରିପୁରା ଟିମ ତରଫରୁ ଖେଳିବେ ରିଦ୍ଧିମାନ ସାହା । ଏ ନେଇ ତ୍ରିପୁରା କ୍ରିକେଟ ଆସୋସିଏସନ ସୂଚନା ଦେଇଛନ୍ତି । ତେବେ ଜଣେ ଖେଳାଳିଙ୍କ ବ୍ୟତୀତ ତାଙ୍କୁ ଏହି ଦଳେର ଜଣେ ମେଣ୍ଟରର ଦାୟିତ୍ୱ ମିଳିବ । ରଣଜୀ ଟ୍ରଫି ଏବଂ ବିଜୟ ହଜାରେ ଟ୍ରଫି ରିଦ୍ଧିମାନ ତ୍ରିପୁରା ପକ୍ଷରୁ ଖେଳିବା ନିଶ୍ଚିତ । ତେବେ ତାଙ୍କୁ ଦଳର ନେତୃତ୍ୱ ଦିଆଯିବ କି ନାହିଁ, ସେ ନେଇ ଏବେ ଆଲୋଚନା ଜାରି ରହିଛି ।