ବନାରସରେ ରାତ୍ରିକାଳୀନ ବଜାର ଲୋକାର୍ପଣ କରିବେ ମୋଦୀ
ସେଥିପାଇଁ ସରକାର ଲହରତାରା-ଚୌକାଘାଟ ଫ୍ଲାଇଓଭର ତଳେ ୧.୯ କିମିରେ ବଜାର ପ୍ରସ୍ତୁତ କରିବାକୁ ଯାଉଛନ୍ତି…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର କାଶୀ ଗସ୍ତରେ ଯିବେ । ଏହି ଅବସରରେ ମୋଦୀ ସେଠାକାର ଜନତାଙ୍କୁ ଏକ ଖାସ୍ ଉପହାର ଦେବାକୁ ଯାଉଛନ୍ତି । ୫ ଘଣ୍ଟାର ଏହି ଗସ୍ତରେ ମୋଦୀ ରାତ୍ରିକାଳୀନ ବଜାର ଲୋକାର୍ପଣ କରିବେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, କାଶୀରେ ଖାଲି ପଡିଥିବା ଜାଗାକୁ ଉପଯୋଗ କରି ଆଦିତ୍ୟନାଥ ସରକାର ଲୋକଙ୍କୁ ରୋଜଗାର ଉପଲବ୍ଧ କରାଇବାକୁ ଯାଉଛନ୍ତି । ସେଥିପାଇଁ ସରକାର ଲହରତାରା-ଚୌକାଘାଟ ଫ୍ଲାଇଓଭର ତଳେ ୧.୯ କିମିରେ ବଜାର ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଏଠାରେ କାଶୀର କଳା ଓ ସଂସ୍କୃତି ସହ ବନାରସୀ ଖାଦ୍ୟପେୟର ସ୍ୱାଦ ମିଳିବ