ଭାରତ ସମେତ ୫ ରାଷ୍ଟ୍ରଦୂତଙ୍କୁ ବରଖାସ୍ତ କଲେ ଜେଲେନସ୍କି

ରୁଷ ଦ୍ୱାରା ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣକୁ ଖୋଲାଖୋଲି ବିରୋଧ କରିନଥିବା ଦେଶ ମଧ୍ୟରେ ଭାରତ ଅନ୍ୟତମ….

କିଭ : ରୁଷ ଆକ୍ରମଣର ସମ୍ମୁଖୀନ ହେଉଥିବା ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଭାରତ ସମେତ ୫ ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କୁ ସେ ବହିଷ୍କାର କରିଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଜେନେନସ୍କିଙ୍କ ୱେବସାଇଟରୁ ଏହି ସୂଚନା ମିଳିଛି । ତେବେ ଜର୍ମାନୀ, ଭାରତ, ଚେକ ରିପବ୍ଲିକ, ନରୱେ ଏବଂ ହଙ୍ଗେରୀରେ ଅବସ୍ଥାପିତ ନିଜ ଦେଶର ରାଷ୍ଟ୍ରଦୂତଙ୍କୁ କାହିଁକି ୟୁକ୍ରେନ ବରଖାସ୍ତ କଲା ସେ ନେଇ କୌଣସି ସୂଚନା ମିଳିନି । ରୁଷ ଦ୍ୱାରା ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣକୁ ଖୋଲାଖୋଲି ବିରୋଧ କରିନଥିବା ଦେଶ ମଧ୍ୟରେ ଭାରତ ଅନ୍ୟତମ । ମିଳିତ ଜାତିସଂଘରେ ରୁଷ ବିରୋଧରେ ଆସିଥିବା ସଂକଳ୍ପ ଉପରେ ଭାରତ ଅଂଶଗ୍ରହଣ କରିନଥିଲା ।