ନୂପୁରଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

ଏଥିସହିତ ନୂପୁରଙ୍କ ପାଇଁ ସବୁ ରାଜ୍ୟର କୋର୍ଟ ଯିବା ସମ୍ଭବ ହେବନି….

ନୂଆଦିଲ୍ଲୀ: ବିଜେପିର ନିଲମ୍ବିତ ନେତା ନୁପୂର ଶର୍ମାଙ୍କୁ ସୁପ୍ରିମକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ନୂପୁରଙ୍କ ଗିରଫଦାରୀ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ଅନ୍ୟପଟେ ନୂପୁରଙ୍କ ବିରୋଧରେ ମାମଲା ଦାୟର କରିଥିବା ପ୍ରତିପକ୍ଷଙ୍କୁ ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନୂପୁର ଶର୍ମାଙ୍କ ତରଫରୁ ଓକିଲ ମନିନ୍ଦର ସିଂହ ତାଙ୍କ ମହକିଲଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଥିଲେ । ସେ କହିଥିଲେ ଯେ, ଅନେକ ନୂଆ ଘଟଣା ଘଟିଛି । ପାକିସ୍ତାନରୁ କେହି ଆସିଥିବା ନେଇ ଆଶଙ୍କା କରାଯାଉଛି । ନୂପୁରଙ୍କ ହତ୍ୟା ଯୋଜନା ପ୍ରସ୍ତୁତ କରିଥିବା କିଛି ଲୋକଙ୍କୁ ପାଟନାରୁ ଧରାଯାଇଛି । ଏଥିସହିତ ନୂପୁରଙ୍କ ପାଇଁ ସବୁ ରାଜ୍ୟର କୋର୍ଟ ଯିବା ସମ୍ଭବ ହେବନି । ଏହାର ଜବାବରେ ଆପଣଙ୍କୁ ସମସ୍ତ ରାଜ୍ୟର କୋର୍ଟକୁ ପଠାଇବା ଆମର ଉଦ୍ଦେଶ୍ୟ ନଥିଲା ବୋଲି କୋର୍ଟ କହିଛନ୍ତି ।