ପ୍ୟାଙ୍ଗଙ୍ଗ ହ୍ରଦ ପାଖରେ ଚୀନ୍ର ଦାଦାଗିର
ଭିଡିଓରେ ଦେଖିବାକୁ ମିଳିଛି ଯେ, ଚୀନର ଆର୍ମୀ ପ୍ୟାଙ୍ଗଙ୍ଗ ହ୍ରଦ ନିକଟରେ ଅଭ୍ୟାସ କରୁଛନ୍ତି….
ନୂଆଦିଲ୍ଲୀ: ଭାରତ-ଚାଇନା ମଧ୍ୟରେ ନିୟନ୍ତ୍ରଣ ରେଖା ଉତ୍ତେଜନାମୂଳକ ପରିସ୍ଥିତି ଜାରି ରହିଛି । ଏହାକୁ କମ କରିବା ପାଇଁ ଉଭୟ ଦେଶ କମାଣ୍ଡରସ୍ତରୀୟ ଆଲୋଚନା କରୁଛନ୍ତି । ଚୀନ କିନ୍ତୁ ବିବାଦ ବଢାଇବାକୁ ଚାହୁଁଥିବା ନଜର ଆସିଛି । କାରଣ ଡ୍ରାଗନ ପ୍ୟାଙ୍ଗଙ୍ଗ ହ୍ରଦ ନିକଟରେ ସନ୍ୟାଭ୍ୟାସ ଆରମ୍ଭ କରିଛି । ଯାହାର ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଚୀନର ଆର୍ମୀ ପ୍ୟାଙ୍ଗଙ୍ଗ ହ୍ରଦ ନିକଟରେ ଅଭ୍ୟାସ କରୁଛନ୍ତି । ଚୀନ ହେଲିକପ୍ଟର ମଧ୍ୟ ଆକାଶରେ ଚକ୍କର କାଟୁଛି । ଆହୁରି ମଧ୍ୟ ଏହା ଉଭୟ ଦେଶ ମଧ୍ୟରେ ଥିବା ବିବାଦକୁ ଅଧିକ ଘନୀଭୂତ କରିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ସୂଚନାଯୋଗ୍ୟ, ଦୁଇଦିନ ତଳେ ଭାରତ ଓ ଚୀନ ଅଧିକାରୀ ମୋଲଦୋରେ କମାଣ୍ଡରସ୍ତରୀୟ ଆଲୋଚନା କରିଥିଲେ । ହେଲେ କେଉଁ ବୈଠକ ବି ସମ୍ପୂର୍ଣ୍ଣ ଭାବେ ସଫଳ ହୋଇନାହିଁ ।