ନୂଆଦିଲ୍ଲୀ: ଅନ୍ତ୍ରର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କଲେ ୱେଷ୍ଟଇଣ୍ଡିଜ୍ର ବ୍ୟାଟର ଲେଣ୍ଡଲ ସିମନ୍ସ । ୱେଷ୍ଟଇଣ୍ଡିଜର ଏହି ଷ୍ଟାର ବ୍ୟାଟର କ୍ରିକେଟର ସବୁ ଫର୍ମାଟରେ ଖେଳି ୩୭୬୩ ରନ କରିଛନ୍ତି । ୨୦୧୫ ପରେ ସିମନ୍ସ ଲଗାତର ଖରାପ ଫର୍ମ ଯୋଗୁ କ୍ରିକେଟରୁ ଦୂରେଇ ରହିଥିଲେ । ଆଜି ସେ ଅବସର ଘୋଷଣା କରିଛନ୍ତି । ସିମନ୍ସ ୱେଷ୍ଟଇଣ୍ଡିଜ ପାଇଁ ୬୮ ଦିନିକିଆ ଖେଳି ୧୯୫୮ ରନ କରିଛନ୍ତି । ସିମନ୍ସଙ୍କ ଟେଷ୍ଟ କ୍ୟାରିୟର ଏତେ ଭଲ ରହିନଥିଲା । ଦୁଇ ବର୍ଷର ଟେଷ୍ଟ କ୍ୟାରିୟର ଭିତରେ ସେ ମାତ୍ର ୮ ମ୍ୟାଚ ଖେଳି ୨୭୮ ରନ କରିଛନ୍ତି । ସେହିପରି ସେ ଆଇପିଏଲରେ ମୋଟ ୨୯ ମ୍ୟାଚ ଖେଳିଥିବା ବେଳେ ୧୦୭୯ ରନ କରିଛନ୍ତି । ଏହା ପୂର୍ବରୁ ୱେଷ୍ଟଇଣ୍ଡିଜର ପୂର୍ବତନ କ୍ୟାପଟେନ ଦିନେଶ ରାମଦିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ।