ନର୍ଭେରାମ ପାୱାର ଏଣ୍ଡ ଷ୍ଟିଲ ପ୍ରା:ଲି: କମ୍ପାନୀର ଗ୍ରାମସଭାକୁ ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ ପରେ ସ୍ଥଗିତ ରହିଲା ଗ୍ରାମସଭା ।

ନର୍ଭେରାମ ପାୱାର ଏଣ୍ଡ ଷ୍ଟିଲ ପ୍ରା:ଲି: କମ୍ପାନୀର ଗ୍ରାମସଭାକୁ ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ ପରେ ସ୍ଥଗିତ ରହିଲା ଗ୍ରାମସଭା । କମ୍ପାନୀର ନୂତନ ପେଲେଟ୍ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ୨୭.୨୯ ଏକର ଜଙ୍ଗଲ ଜମିକୁ ଅଣ ଜଙ୍ଗଲରେ ରୂପେ ବ୍ୟବହାର ନିମନ୍ତେ ଆଜି ଭଦ୍ରାସହି ପଞ୍ଚାୟତ ଟଣ୍ଟୋ ଗ୍ରାମରେ ଗ୍ରାମସଭା ଆୟୋଜନ କରାଯାଇଥିଲା। ତେବେ ଏହି ଗ୍ରାମସଭାକୁ ସ୍ଥାନୀୟ ଲୋକେ ବିରୋଧ କରିବା ସହ ଟେଣ୍ଟ ବାନ୍ଧିବାକୁ ଦେଇନଥିଲେ । ତେବେ ଆଜି ପୋଲିସ୍, ବୁଧୁରାମ ମୁଣ୍ଡା ନାମକ ଜଣେ ବ୍ୟକ୍ତିକୁ କୌଣସି କାରଣ ନଥାଇ ଗାଁରୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଏହା ଘଟଣା ପରେ ସକାଳ ୧୦ଟାରେ ବ୍ୟାପକ ପୋଲିସ ମୁତୟନ କରାଯାଇ ଟେଣ୍ଟ ବନ୍ଧାଯାଇ ସଭା ଆରମ୍ଭ କରାଯାଇଥିଲା। ବନ ଅଧିକାରୀ, ବ୍ଲକ୍ ଅଧିକାରୀ ଓ ଭଦ୍ରାସାହି ସରପଞ୍ଚ ପ୍ରମିଳା ନାଏକ
ନାୟେଵ ସରପଞ୍ଚ ସୁରେଶ ମୁଣ୍ଡା
ସମିତି ସଭ୍ୟ ଯଶୋବନ୍ତ ପାତ୍ର

ଭଦ୍ରାସାହି ପି ଓ ପରେସ କୁମାର ମହାରଣା,ଫୋରେଷ୍ଟର ଅକ୍ଷୟ କୁମାର ମହାନ୍ତି ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଗ୍ରାମସଭାରେ ମାତ୍ର ୩ଜଣ ଗ୍ରାମବାସୀ ନିଜର ମତ ଉପସ୍ଥାପନ କରିଥିଲେ ତାହା ପୁଣି ସମ୍ପୂର୍ଣ୍ଣ ବିରୋଧରେ । ବାରମ୍ବାର ଅନୁରୋଧ ପରେବି ଆଉ ଜଣେ ହେଲେବି କେହି ମତାମତ ରଖିବାକୁ ଆସି ନଥିଲେ । ନର୍ଭେରାମ କମ୍ପାନୀ ଦୀର୍ଘ ବର୍ଷ ଧରି ଖଣି କାର୍ଯ୍ୟ ଚଳାଇ ଆସୁଥିବା ବେଳେ, ନିଯୁକ୍ତି ଠାରୁ ଆରମ୍ଭ କରି ପ୍ରତ୍ୟେକ କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କୁ ଅଣଦେଖା କରିଆସୁଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ । ସଭାରେ କୋରମ୍ ନହେବାରୁ ଶେଷରେ ବାଧ୍ୟ ହୋଇ ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମସଭାକୁ ସ୍ଥଗିତ ଘୋଷଣା କରାଯାଇଥିଲା।କେନ୍ଦୁଝର ରୁ ସୀତାରାମ ଦୀକ୍ଷିତ ରିପୋର୍ଟ।