ରୋହିତଙ୍କ ପରେ ପନ୍ତ ହେବେ ଟିମ ଇଣ୍ଡିଆ ଅଧିନାୟକ!

ଅଧିନାୟକ ହେବାର ଦକ୍ଷତା ତାଙ୍କ ନିକଟରେ ଭରପୂର ରହିଛି….

ନୂଆଦିଲ୍ଲୀ : ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଦର୍ଶନୀୟ ଶତକୀୟ ଇନିଂସ ଖେଳିଥିବା ଋଷଭ ପନ୍ତଙ୍କୁ ନେଇ ଏବେ କ୍ରିକେଟ ଜଗତରେ ଚର୍ଚ୍ଚା । ଚାପ ମଧ୍ୟରେ ଶେଷ ପର୍ଯ୍ୟନ୍ତ ରହି ଦଳକୁ ବିଜୟୀ କରାଇଥିବା ପନ୍ତଙ୍କୁ ଖୁବ ପ୍ରଶଂସା କରାଯାଉଛି । ଏବେ ତାଙ୍କୁ ନେଇ ଟିମ ଇଣ୍ଡିଆର ଭବିଷ୍ୟତ ମଧ୍ୟ ଦେଖାଗଲାଣି । ଅନେକ ପୂର୍ବତନ କ୍ରିକେଟର ଆଗାମୀ ଦିନରେ ପନ୍ତ ଭାରତୀୟ କ୍ରିକେଟର ଅଧିନାୟକ ହେବେ ବୋଲି କହିଛନ୍ତି । ଭାରତର ପୂର୍ବତନ କ୍ରିକେଟ କିମ୍ବଦନ୍ତୀ ଆକଳନ କରିଛନ୍ତି ଯେ, ରୋହିତ ଶର୍ମାଙ୍କ ପରେ ପନ୍ତ ହିଁ ଭାରତୀୟ ଦଳର ଅଧିନାୟକ ହୋଇପାରନ୍ତି । ଅଧିନାୟକ ହେବାର ଦକ୍ଷତା ତାଙ୍କ ନିକଟରେ ଭରପୂର ରହିଛି ।

ଚାପ ମଧ୍ୟରେ ବି ସେ ଦଳକୁ ବିଜୟୀ କରିବାର କ୍ଷମତା ରଖିଛନ୍ତି । ଚାପରେ ଥିବା ବେଳେ ମଧ୍ୟ ଦଳକୁ ସମ୍ଭାଳି ପାରିବାର କ୍ଷମତା ପନ୍ତଙ୍କ ନିକଟରେ ରହିଛି । କେବଳ ସେତିକି ନୁହେଁ ଦଳ ଚାପରେ ଥିବା ବେଳେ ସେ ତାଙ୍କର ସ୍ୱାଭାବିକ ବ୍ୟାଟିଂ ମଧ୍ୟ କରିପାରନ୍ତି । ଏଭଳି ଖେଳାଳି ଯଦି ଭାରତର ଅଧିନାୟକ ଭାବେ ନିଯୁକ୍ତ ହୁଅନ୍ତି ତେବେ ଦଳ ଉନ୍ନତ ପ୍ରଦର୍ଶନ କରିବ ।