ନୂଆଦିଲ୍ଲୀ: ରାଜ୍ୟସଭାରୁ ୧୯ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ଏଥିରେ ମୌସମ ନୂର, ଏଲ ଯାଦବ, ବୀ ଶିବଦାସନ, ଅବୀର ବିସେବାସ, ସୁଷ୍ମିତା ଦେବ, ଶାନ୍ତା ଛେତ୍ରୀ, ମହମ୍ମଦ ଅବଦୁଲହା, ଏଏ ରହୀମ, କନିମୋଝୀ, ଶାନ୍ତନୁ ସେନ, ନଦୀମ ଓଲ ହକ ଓ ଡୋଲା ସେନ ପ୍ରମୁଖ ସାମିଲ ରହିଛନ୍ତି । ପ୍ରଶ୍ନକାଳ ସମୟରେ ବିରୋଧୀ ଦଳ ‘ରୋଲବ୍ୟାକ୍ ଜିଏସଟି’କୁ ନେଇ ନାରାବାଜି କରିଥିଲେ । ସୂଚନାଯୋଗ୍ୟ, ଗତକାଲି ଦରବୃଦ୍ଧିକୁ ନେଇ ମଧ୍ୟ ଲୋକସଭାରେ ହଙ୍ଗାମା କରାଯାଇଥିଲା । ସେଥିପାଇଁ ୪ଜଣ ସଦସ୍ୟଙ୍କୁ ପୁରା ମୌସୁମୀ ଅଧିବେସନରୁ ନିଲମ୍ବିତ ହୋଇଥିଲେ ।