ରାଜ୍ୟ ଗୋଷ୍ଠୀ କ୍ରୀଡା ପାଇଁ ଭାରତୀୟ ମହିଳା କ୍ରିକେଟ ଟିମ ଇଂଲଣ୍ଡର ବର୍ମିଂହାମରେ

ରାଜ୍ୟ ଗୋଷ୍ଠୀ କ୍ରୀଡା ପାଇଁ ଭାରତୀୟ ମହିଳା କ୍ରିକେଟ ଟିମ ଇଂଲଣ୍ଡର ବର୍ମିଂହାମରେ…

ନୂଆଦିଲ୍ଲୀ: ରାଜ୍ୟ ଗୋଷ୍ଠୀ କ୍ରୀଡା ପାଇଁ ଭାରତୀୟ ମହିଳା କ୍ରିକେଟ ଟିମ ଇଂଲଣ୍ଡର ବର୍ମିଂହାମରେ ପହଞ୍ଚିଛନ୍ତି । ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଭାରତ-ପାକିସ୍ତାନ ମଧ୍ୟରେ ମୁକାବିଲା ହେବ । କ୍ରିକେଟ ଟିମ ସହିତ ଏଥଲେଟିକ, ସ୍କ୍ୱାସ, ଟେବୁଲ ଟେନିସ ଟିମ ମଧ୍ୟ ବର୍ମିଂହାମ ପହଞ୍ଚି ସାରିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟ ଗୋଷ୍ଠୀ କ୍ରୀଡାରେ ୨୪ ବର୍ଷ ପରେ କ୍ରିକେଟକୁ ସାମିଲ କରାଗଲା । କିନ୍ତୁ ଚଳିତ ଥର କେବଳ ମହିଳା କ୍ରିକେଟକୁ ସୁଯୋଗ ମିଳିଛି । ସୂଚନାଯୋଗ୍ୟ, ଜୁଲାଇ ୨୮ରୁ ବର୍ମିଂହାମ ରାଜ୍ୟ ଗୋଷ୍ଠୀ କ୍ରୀଡା ଆରମ୍ଭ ହେବ । ଚଳିତ ଥର ରାଜ୍ୟ ଗୋଷ୍ଠୀ କ୍ରୀଡାରେ ୭୨ଟି ଦେଶରୁ ୪୫୦୦ ଏଥଲିଟ ଅଂଶଗ୍ରହଣ କରୁଛନ୍ତି । ସେହିପରି ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଟୁର୍ଣ୍ଣାମେଣ୍ଟରେ କ୍ରିକେଟ ଜୁଲାଇ ୨୯ରେ ଆରମ୍ଭ ହେବ । ଏହି ମ୍ୟାଚ ଆଜବେଷ୍ଟନରେ ଖେଳାଯିବ ।