ଭାରତ ବିପକ୍ଷ ଟେଷ୍ଟ ପ୍ରସ୍ତୁତିରେ ଅଷ୍ଟ୍ରେଲିଆ ଟିମ

ଅଷ୍ଟ୍ରେଲିଆର କ୍ରିକେଟ ଟିମ ୨୦୨୩ ଫେବୃଆରୀ-ମାର୍ଚ୍ଚ ମାସରେ…

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର କ୍ରିକେଟ ଟିମ ୨୦୨୩ ଫେବୃଆରୀ-ମାର୍ଚ୍ଚ ମାସରେ ୪ଟି ଟେଷ୍ଟ ମ୍ୟାଚ ଖେଳିବା ପାଇଁ ଭାରତ ଗସ୍ତ କରିବେ । ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନଶିପ ୨୦୨୧-୨୩ରେ ପହଞ୍ଚିବା ଲାଗି ବିଶେଷ ଭାବେ ଭାରତୀୟ ଟିମ୍‌ ପାଇଁ ସହଜ । କଙ୍ଗାରୁ ଦଳ ଭାରତୀୟ ମାଟିରେ ୨୦୦୪ ପରେ ପ୍ରଥମ ଟେଷ୍ଟ ଜିତିବାକୁ ଲକ୍ଷ୍ୟ ରଖିଛି । ତେଣୁ କଙ୍ଗାରୁ ଦଳ ଭାରତ ଗସ୍ତ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ୮ ଜଣ ଅଷ୍ଟ୍ରେଲିଆ ଖେଳାଳି ଏମଆରଏଫ ପେସ ସହିତ ବୁଝାମଣା କରିଛନ୍ତି । ଆସନ୍ତା ମାସ ତାଲିମ ପାଇଁ ଚେନ୍ନାଇ ଆସିବେ । କାରଣ ଭାରତରେ କ୍ରିକେଟ ଖେଳିବା ନିଆରା ଅନୁଭୂତି ମିଳିବ । ବିଶ୍ୱରେ ସ୍ପିନର ସର୍ବଶ୍ରେଷ୍ଠ ଖେଳାଳି ଭାରତରେ ଅଛନ୍ତି ।