ନୂଆଦିଲ୍ଲୀ : ରୁଷରରେ ଖେଳାଯାଉଥିବା ଏକ ଟୁର୍ଣ୍ଣାମେଣ୍ଟରେ ଏକ ରୋବର୍ଟ ଜଣେ ୭ ବର୍ଷ ଶିଶୁର ହାତ ଭାଙ୍ଗି ଦେଇଛି । ଯେତବେଳେ ଶିଶୁଟି ନିଜର ଗୋଟି ଚଳାଉଥିଲା ସେହି ସମୟରେ ରୋବଟଟି ଆଙ୍ଗୁଠି ଭାଙ୍ଗିଦେଇଥିଲା । ନ୍ୟୁଜ ଅନୁସାରେ ଜୁଲାଇ ୧୯ରେ ଏକ ଚେସ ଓପନ ଖେଳାଯାଉଥିଲା । ଏଠାରେ ରୋବଟ ସହ ଜଣେ ଶିଶୁ ଚେସ ଖେଳୁଥିଲା । ହଠାତ ରୋବଟଟି ଶିଶୁର ହାତ ଧରିବାସହ ଆଙ୍ଗୁଠିକୁ ଆକ୍ରମଣ କରିଥିଲା । ଆଙ୍ଗୁଠିକୁ ଧରି ଦାବି ଦେଇଥିଲା । ଯେଉଁଥିରେ ରୋବଟଟି କିପରି ଶିଶୁକୁ ଆକ୍ରମଣ କରୁଛି ତାହା ଦେଖିବାକୁ ମିଳିଛି । ଘଟଣା ପରେ ଶିଶୁଟି ଖୁବ କାନ୍ଦୁଛି ।
ଅଘଟଣ ପରେ ଶିଶୁକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଟୁର୍ଣ୍ଣାମେଣ୍ଟ ଆୟୋଜକଙ୍କ କହିବାନୁସାରେ, ଯାହା ଘଟିଛି ତାହା ଦୁର୍ଭାଗ୍ୟଜନକ । ଯେଉଁ ରୋବଟକୁ ଖେଳରେ ବ୍ୟବହାର କରାଯାଇଥିଲା ତାକୁ ଭଡାସୂତ୍ରରେ ଅଣାଯାଇଥିଲା । ଏଥିରେ ସେମାନଙ୍କର କିଛି ଭୁଲ ନାହ । ତେବେ ଶିଶୁଟିର ଅଭିଭାବକ କମ୍ପାନୀ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି