ଅଲଗା ହେଲେ ଷ୍ଟାର କପଲ ରାକେଶ ଓ ଶମିତା

ଦୁହିଁଙ୍କୁ ପ୍ରାୟତଃ ଏକାଠି ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶମିତା ଶେଟ୍ଟୀ ଓ ଟେଲିଭିଜନ ଅଭିନେତା ରାକେଶ ବାପତା ଅଲଗା ହୋଇଛନ୍ତି । ଏନେଇ ଅଫିସିଆଲି ଘୋଷଣା କରିଛନ୍ତି । କରଣ ଜୋହରଙ୍କ ବିଗବସ ଓଟିଟିରୁ ଶମିତା ଓ ରାକେଶଙ୍କ ଲଭ ଷ୍ଟୋରୀ ଆରମ୍ଭ ହୋଇଥିଲା । ଏହାପରେ ଧୀରେ ଧୀରେ ପ୍ରମେରେ ବଦଳି ଯାଇଥିଲା । ଦୁହିଁଙ୍କୁ ପ୍ରାୟତଃ ଏକାଠି ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା ।

ଶମିତା ମଧ୍ୟ ନିଜ ପ୍ରେମ ସମ୍ପର୍କକୁ ସ୍ୱୀକାର କରୁଥିଲେ । ଏବେ କିନ୍ତୁ ଦୁହିଁଙ୍କ ବ୍ରେକ୍‌ ଅପ୍‌ ହେବା ନେଇ ସ୍ପଷ୍ଟ କରିଛନ୍ତି । ଯାହା ତାଙ୍କ ଫ୍ୟାନମାନଙ୍କୁ ଶକ୍ତ ଧକ୍କା ଲାଗିଛି ।ଅନ୍ୟପକ୍ଷରେ ଶମିତା-ରାକେଶ କାହିଁକି ଅଲଗା ହୋଇଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।