ଭାଙ୍ଗିଲା ଆଉ ଏକ ଯୋଡି: ଟାଇଗର-ଦିଶାଙ୍କ ବ୍ରେକ୍ଅପ!
ରିପୋର୍ଟ ଅନୁଯାୟୀ, ଦିଶା-ଟାଇଗରଙ୍କ ୬ ବର୍ଷର ସମ୍ପର୍କ ଅଲଗା ହୋଇଯାଇଛନ୍ତି….
ମୁମ୍ବାଇ : ବଲଉଡ ଆକ୍ସନ ଅଭିନେତା ଟାଇଗର ଶ୍ରଫ ଏବଂ ଅଭିନେତ୍ରୀ ଦିଶା ପଟାନି ଲୋକପ୍ରିୟ କପଲଙ୍କ ମଧ୍ୟରୁ ଜଣେ । ଦୁହେଁ ପରସ୍ପରକୁ ବର୍ଷ ବର୍ଷ ଧରି ଜାଣିଛନ୍ତି । ପ୍ରାୟତଃ ସମୟ ଦୁଇ ଜଣଙ୍କୁ ଏକାଠି ଦେଖିବାକୁ ମିଳେ । ହେଲେ ଏବେ ଆଉ ଦେଖିବାକୁ ମିଳିବ ନାହିଁ । ଏବେ ଦିଶା-ଟାଇଗରଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ଦିଶା-ଟାଇଗରଙ୍କ ୬ ବର୍ଷର ସମ୍ପର୍କ ଅଲଗା ହୋଇଯାଇଛନ୍ତି । ଯେଉଁଥିପାଇଁ ଦୁହେଁ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି । ହେଲେ ଦୁଇ ଜଣଙ୍କ ପକ୍ଷରୁ କୌଣସି ସୂଚନା ମିଳି ନାହିଁ ।