ଗୁଜରାଟରେ ବିଷାକ୍ତ ମଦ ପିଇ ୩୧ ମୃତ

ମୟୂରଭଞ୍ଜ ଜିଲ୍ଲା ବଦାମପାହାଡ଼ ଥାନା ଅନ୍ତର୍ଗତ ପୂର୍ଣ୍ଣିଆ ଗାଁ ନିକଟରେ ମର୍ମନ୍ତୁଦ ସଡ଼କ…

ଗୁଜୁରାଟ: ଦୀର୍ଘ ବର୍ଷ ହେଲାଣି ଗୁଜରାଟରେ ମଦକୁ ସଂପୂର୍ଣ୍ଣ ଭାବେ ନିଷେଦ୍ଧ କରାଯାଇଛି । ବିହାର ଭଳି ଗୁଜରାଟ ମଧ୍ୟ ଗୋଟିଏ ଡ୍ରାଏ ରାଜ୍ୟ । ଅର୍ଥାତ ଏଠାରେ ମଦ ମିଳେନାହିଁ । କିନ୍ତୁ ମଦ ମିଳୁ ନଥିବା ଗୁଜରାଟରେ ବିଷାକ୍ତ ମଦର ଭଣ୍ଡାର ରହିଛି । ଏହି ବିଷାକ୍ତ ମଦ ପିଇ ବୋଟାଡ ଜିଲ୍ଲାର ରୋଜିଦ ଗାଁରେ ୩୧ ଜଣ ଲୋକ ପ୍ରାଣ ହରାଇଛନ୍ତି । ସେହିପରି ୪୦ ଜଣ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବିଷାକ୍ତ ମଦ ବିକ୍ରି କାରବାରରେ ଲିପ୍ତ ଥିବା ୧୦ ଜଣଙ୍କୁ ପୁଲିସ୍‌ ଗିରଫ କରି ଅଧିକ ତଦନ୍ତ କରୁଥିବା ଡିଜିପି ସୂଚନା ଦେଇଛନ୍ତି ।

ଅଧିକାଂଶ ମୃତାହତ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କ ପତ୍ନୀ କହିଛନ୍ତି ଯେ ତାଙ୍କ ସ୍ୱାମୀ ଭାଟିରୁ ମଦ ପିଇ ଘରକୁ ଆସିଥିଲେ । ଏହାପରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା । ଅନ୍ୟ ଲୋକଙ୍କ ସହ ତାଙ୍କ ସ୍ୱାମୀ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସେ କହିଛନ୍ତି । ବିଷାକ୍ତ ମଦ ପିଇ ଅସୁସ୍ଥ ହୋଇଥିବା ହିମତଭାଇ ଏବେ ସୁସ୍ଥ ହେଉଛନ୍ତି । ଆଉ କିଛି ଲୋକ ବେଆଇନ ମଦ କାରବାର କରୁଥିବା ଜଣେ ବ୍ୟକ୍ତିଙ୍କ ଠାରୁ ମଦ କିଣିଥିଲେ । ଏହାକୁ ପିଇବା ପରେ ପ୍ରାୟ ୧୫ ଜଣ ଅସୁସ୍ଥ ହୋଇ ପଡ଼ିଥିଲେ । ମଦ ନିଷେଦ୍ଧ ଥିବା ବେଳେ ଏପରି ଘଟଣା ସମସ୍ତଙ୍କୁ ଚିକିତ କରିଛି । ପ୍ରଶାସନ ଓ ପୁଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଛନ୍ତି ।