ଗୁଗଲ ବିଲ୍ଡିଂରେ ବିସ୍ଫୋରଣ ଘଟି ୩ ଗୁରୁତର

ଏହି ସମୟରେ ଏକ ଆର୍କ ଫ୍ଲାସରେ ବିସ୍ଫୋରଣ ଘଟିଥିଲା….

ନୂଆଦିଲ୍ଲୀ: ସର୍ଚ୍ଚ ଇଞ୍ଜିନ ଗୁଗଲର ଆମେରିକା ସ୍ଥିତ କାଉନସିଲ ବ୍ଲଫ୍ସ ଡାଟା ସେଣ୍ଟରରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୩ ଜଣ କର୍ମଚାରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ଡାଟା ସେଣ୍ଟର ବିଲ୍ଡିଂ ନିକଟସ୍ଥ ସବଷ୍ଟେସନରେ ତିନି ଜଣ ଇଲେକ୍ଟ୍ରିସିଆନ କାମ କରୁଥିଲେ । ଏହି ସମୟରେ ଏକ ଆର୍କ ଫ୍ଲାସରେ ବିସ୍ଫୋରଣ ଘଟିଥିଲା । ଯେଉଁଥିରେ ତିନି ଜଣ ଆହତ ହୋଇଥିଲେ । ସଟସର୍କିଟ ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।