ଶପଥ ନେବା ପରେ ମୋଦୀଙ୍କୁ ଟାର୍ଗେଟ କଲେ ନୀତିଶ

ବିଧାନସଭା ନିର୍ବାଚନ ପରେ ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁ ନଥିଲି….

ପାଟଣା: ବିହାର ମୁଖ୍ୟମନ୍ତ୍ରୀ ଭାବେ ନୀତିଶ କୁମାର ଶପଥ ନେଇଛନ୍ତି । ଏହି ଅବସରରେ ୨୦୨୪ ନିର୍ବାଚନ ପାଇଁ ବିରୋଧୀ ପାର୍ଟି ଏକଜୁଟ ହେବାକୁ ନୀତିଶ ଆହ୍ୱାନ ଦେଇଛନ୍ତି । ନୀତିଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ୨୦୧୪ରେ ଯିଏ ଆସିଲେ ସିଏ ୨୦୨୪ରେ ଜିତିପାରିବେ ତ ୨୦୨୪କୁ ନେଇ ସେ ଚିନ୍ତା କରିବା ଉଚିତ । ମୁଁ ପ୍ରଧାନମନ୍ତ୍ରୀ ପଦର ଦୌଡରେ ନାହିଁ । ବିଧାନସଭା ନିର୍ବାଚନ ପରେ ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁ ନଥିଲି । ସୂଚନାଯୋଗ୍ୟ, ଦିନକ ପୂର୍ବରୁ ନୀତିଶ କୁମାର ଏନଡିଏ ମହାମେଣ୍ଟରୁ ଅଲଗା ହେବାକୁ ନିଷ୍ପତ୍ତି ନେଇ ଇସ୍ତଫା ପତ୍ର ପ୍ରଦାନ କରିଥିଲେ ।