କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବଙ୍କ ଉଚ୍ଚସ୍ତରୀୟ ଗୋଲଟେବୁଲ ବୈଠକରେ ଜାତିସଂଘ ମହାସଚିବଙ୍କ ସହ କଥାବାର୍ତ୍ତା

କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ ଜାତିସଂଘ ମହାସଚିବ ଉଚ୍ଚସ୍ତରୀୟ ଗୋଲଟେବୁଲ ବୈଠକରେ ଆଗୁଆ ସତର୍କତା ସମ୍ପର୍କୀତ କାର୍ଯ୍ୟକାରୀ ଯୋଜନା ନେଇ ଆଜି (୭.୧୧.୨୦୨୨) କୋପ-୨୭ ସର୍ମ ଆଲ ଶେଖ୍‌ଠାରେ ବିଶ୍ୱ ନେତୃବୃନ୍ଦଙ୍କ ଶିଖର ସମ୍ମିଳନୀରେ ଉଦ୍‌ବୋଧନ ଦେଇଛନ୍ତି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ଶ୍ରୀ ଯାଦବ କହିଛନ୍ତି ଯେ “ସମସ୍ତଙ୍କ ନିମନ୍ତେ ଆଗୁଆ ସତର୍କତା ନେଇ ମହାସଚିବଙ୍କ କାର୍ଯ୍ୟସୂଚୀକୁ ଆମେ ସମ୍ପୂର୍ଣ୍ଣ ସମର୍ଥନ କରୁଛୁ । ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାକୁ ଦୂର କରିବା ଦିଗରେ ବୈଶ୍ୱିକ ସ୍ତରରେ ହେଉଥିବା ପଦକ୍ଷେପ ଯଥେଷ୍ଟ ନୁହଁ । ବିଶ୍ୱରେ ପ୍ରଭୂତ କ୍ଷତି ସାଧନ କରୁଥିବା ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନେଇ ତତ୍କାଳ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ।

ମାତ୍ର ଏସବୁ ସମସ୍ୟା କିଛି ସମୟ ପାଇଁ ଆମ ମନକୁ ଆନ୍ଦୋଳିତ କରୁଛି ଓ ଏଥିରେ କ୍ଷତିଗ୍ରସ୍ତ ଦେଶଗୁଡିକୁ ଅଳ୍ପ କିଛି ପଦକ୍ଷେପ ନେବା ପରେ ଏହାକୁ ଭୁଲି ଯାଉଛନ୍ତି । ସେମାନେ ଜଳବାୟୁ ପରିବର୍ତ୍ତନ ନେଇ ବହୁତ କିଛି କରିପାରିବେ ।

କର୍କଟ ଓ ମକରକ୍ରାନ୍ତି ରେଖା ମଧ୍ୟରେ ରହିଥିବା ଅଞ୍ଚଳଗୁଡିକ ଏଥିରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥାନ୍ତି । ଭାରତ ସମେତ ବିଶ୍ୱର ଅନେକ ବିକାଶମୁଖୀ ଦେଶ ଏହି ବଳୟ ମଧ୍ୟରେ ରହିଛନ୍ତି । ଏଭଳି ବିପର୍ଯ୍ୟୟ ଯୋଗୁଁ ସହକାରୀ ତହବିଲ ଖର୍ଚ୍ଚ ସହ ରାଜସ୍ୱହାନୀ ମଧ୍ୟ ଏହିସବୁ ଅଞ୍ଚଳରେ ବିଶେଷ ପରିଲକ୍ଷିତ ହେଉଛି ।

ପ୍ରଶାନ୍ତ ମହାସାଗରୀୟ ଓ କାରବିୟାନ ଅଞ୍ଚଳରେ ଏହି ଭୟଙ୍କର ଝଡରେ ତାଣ୍ଡବ ଲୀଳା ଯୋଗୁଁ କେତେକ ଉଷ୍ମ ମଣ୍ଡଳୀୟ ଦେଶ ସେମାନଙ୍କ ଜାତୀୟ ଆୟର ଶତକଡା ଦୁଇଶହ ଭାଗ ଅଳ୍ପ କେତେକ ଘଣ୍ଟା ମଧ୍ୟରେ ହରାଇ ସାରିଛନ୍ତି । କେତେକ ଛୋଟ ଛୋଟ ଦେଶରେ ଘଟିଥିବା ଏହି ବିପର୍ଯ୍ୟୟର ପ୍ରଳୟଙ୍କରୀ ପ୍ରଭାବର ମୁକାବିଲା କରିବାରେ ସେମାନଙ୍କ ନିକଟରେ ସମ୍ବଳ ନ ଥିବାର ମଧ୍ୟ ଦୃଷ୍ଟାନ୍ତ ରହିଛି ।

ଜଳବାୟୁ ପରିଚାଳନା ବାବଦ ସମ୍ବଳ ଖୁବ୍ କମ୍ ଥିବାବେଳେ ଆଗୁଆ ସତର୍କତା ସୂଚନା ଧନଜୀବନ ହାନି ରୋକିବାରେ ବେଶ ସହାୟକ ହେବ । ଆଗୁଆ ସତର୍କତା ନେଇ ସଚେତନତା କେବଳ ବିପର୍ଯ୍ୟୟ ରୋକିବ ନାହିଁ ବରଂ ଏହାର ଦୀର୍ଘସ୍ଥାୟୀ ସାମାଜିକ ଓ ଆର୍ଥିକ ପ୍ରଭାବକୁ ମଧ୍ୟ ପ୍ରଶମିତ କରିପାରିବ ।

ଭାରତ ସମସ୍ତ ପାଣିପାଗ ଜନିତ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଆଗୁଆ ସତର୍କତା ସଚେତନତା ପଦ୍ଧତିକୁ ସୁଦୃଢ କରିବା ପାଇଁ କାର୍ଯ୍ୟ କରିଆସୁଛି । ଏଥିରେ ବାସ୍ତବ ଫଳାଫଳ ହାସଲ ହୋଇଛି । ଗତ ୧୫ବର୍ଷ ମଧ୍ୟରେ ଆମେ ବାତ୍ୟାଜନିତ ମୁତ୍ୟୁ ସଂଖ୍ୟା ଶତକଡା ୯୦ଭାଗ ହ୍ରାସ କରିବାରେ ସମର୍ଥ ହୋଇଛୁ । ଆମର ଉଭୟ ପୂର୍ବ ଓ ପଶ୍ଚିବ ଉପକୂଳରେ ପ୍ରାୟ ଶତ ପ୍ରତିଶତ ପ୍ରାକ-ଝଡ ସତର୍କତା ବ୍ୟବସ୍ଥା ରହିଛି । ସେହିପରି ଅନ୍ୟାନ୍ୟ ଘାତ ପ୍ରତିଘାତ ଯେପରିକି ଉଷ୍ମ ପ୍ରବାହ ନେଇ ଆମେ ଅନେକ ଅଗ୍ରଗତି କରିଛୁ, ଯାହା ଫଳରେ ଏହା ଆମର ଜନସାଧାରଣଙ୍କୁ ଅନେକାଂଶରେ ଆଶ୍ୱସ୍ତ କରିଛି ।

ଗତ କିଛି ବର୍ଷ ମଧ୍ୟରେ ଆମେ ଆଗୁଆ ସତର୍କ ସୂଚନା ନେଇ କେତେକ ସମନ୍ୱିତ ଉଦ୍ୟମ କରିବା ଯୋଗୁଁ ତାହା ଜନସାଧାରଣଙ୍କୁ ସଚେତନ କରାଇବା ସହ ସେମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ମଧ୍ୟ ସକ୍ଷମ ହେଉଛନ୍ତି। ଆମେ ବିପର୍ଯ୍ୟୟ ଓ ବିପର୍ଯ୍ୟୟ ପ୍ରବଣ ସ୍ଥାନ ଓ ସୂଚନାର ସମନ୍ୱୟ କରି ଏକ ୱେବ ଡିସିଆରଏ(ଡାଇନାମିକ କମ୍ପୋଜିଟ୍ ରିସ୍କ ଆଟଲାସ) ବିକଶିତ କରିଛୁ, ଯାହାଫଳରେ ଆଗୁଆ ସୂଚନା ନେଇ ଦ୍ରୁତ ଓ ଆଗୁଆ ପଦକ୍ଷେପ ନେଇ ହେବ ।

ନୂଆଦିଲ୍ଳୀଠାରେ ଥିବା ଆଇଏମଡିର ଝଡ ସତର୍କତା ଏକାଂଶ(ସିଡବ୍ଳଡି) ଏକ ବହୁମୁଖୀ ଆଞ୍ଚଳିକ ବିଶେଷ ପାଣିପାଗ କେନ୍ଦ୍ରର କାର୍ଯ୍ୟ କରିଥାଏ । ଏହା ଉତ୍ତର ଭାରତ ମହାସାଗର(ବିଶ୍ୱର ଛଅଟି କେନ୍ଦ୍ର ମଧ୍ୟରୁ ଅନ୍ୟତମ, ବଙ୍ଗୋପସାଗର ଓ ଆରବ ସାଗର ଅଞ୍ଚଳର ୧୩ଟି ଦେଶରେ ଉଷ୍କ ମଣ୍ଡଳୀୟ ବାତ୍ୟାର ନିରୀକ୍ଷଣ, ପୂର୍ବାନୁମାନ ଓ ସତର୍କ ସୂଚନା ଜାରି କାର୍ଯ୍ୟ ତୁଲାଇଥାଏ । ଏପରି ସମନ୍ୱୟ ଯୋଗୁଁ ବଙ୍ଗୋପସାଗର ଓ ଆରବ ସାଗରୀୟ ଅଞ୍ଚଳର ଦେଶଗୁଡିକର ପାଣିପାଗ, ପୂର୍ବାନୁମାନ ଓ ଉନ୍ନତ ନିରୀକ୍ଷଣ ଯନ୍ତ୍ର ଜନିତ ତଥ୍ୟ ଆଇଏମଡିରେ ଉପଲବ୍ଧ ହୋଇଥାଏ ।

ଏତଦ୍‌ବ୍ୟତୀତ ଉପଗ୍ରହ ଓ ରାଡରରୁ ଉପଲବ୍ଧ ପାଣିପାଗ ତଥ୍ୟ ଓ ଆଇଏମଡିର ଅତ୍ୟାଧୁନିକ ମାର୍ଗଦର୍ଶନ ଓ ଏଥିସହ ଉଷ୍ମମଣ୍ଡଳୀୟ ବାତ୍ୟା ସତର୍କତା ବୁଲେଟିନ୍ ଦେଶଗୁଡିକୁ ସେମାନଙ୍କ କ୍ଷୟକ୍ଷତି ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଉଦାହରଣ ସ୍ୱରୂପ ଜୀବନହାନୀ ଯଥା ସମ୍ଭବ ଗତ ୧୦ବର୍ଷ ମଧ୍ୟରେ ଉଷ୍ମମଣ୍ଡଳୀୟ ବାତ୍ୟା ଯୋଗୁଁ ଶହେରେ ସୀମିତ ରହିଛି । ଏହା କେବଳ ଭାରତ ନୁହେଁ , ବଙ୍ଗୋପସାରଗର ଓ ଆରବ ସାଗର ଅଞ୍ଚଳରେ ଥିବା ସମସ୍ତ ଦେଶଗୁଡିକ, ଯେଉଁଠାକୁ ଆଇଏମଡି ବାତ୍ୟାର ପୂର୍ବାନୁମାନ ଓ ମାର୍ଗଦର୍ଶନଦେଇଥାଏ ।

ଆମେ ଏବେ ଆଗୁଆ ସତର୍କତା ସୂଚନା ପଦ୍ଧତିରେ ସାମର୍ଥ୍ୟ ଆହୁରୀ ବୃଦ୍ଧି କରିବୁ । ଏହା କେବଳ ଜୀବନହାନୀ ରୋକିବ ନାହିଁ, ବରଂ ଜୀବନ ଜୀବିକା ଓ ଜାତୀୟ ବିକାଶରେ ମଧ୍ୟ ସହାୟକ ହେବ । ଭାରତ ବର୍ତ୍ତମାନ ବିପର୍ଯ୍ୟୟ ନମନୀୟ ଭିତ୍ତିଭୂମି (ସିଡିଆରଆଇ) ସମନ୍ୱୟ ନେତୃତ୍ୱ ନେଇ ପାଣିପାଗ ପୂର୍ବାନୁମାନ ଓ ଆଗୁଆ ସୂଚନା ଦିଗରେ କାର୍ଯ୍ୟ କରୁଛି, ଯାହା ଫଳରେ ଭିତ୍ତିଭୂମିଜନିତ କ୍ଷୟକ୍ଷତି ହ୍ରାସ ପାଇବା ସହ ମୌଳିକ ସେବା ପଦ୍ଧତି ମଧ୍ୟ ବିଧ୍ୱଂସ୍ତ ହେବାରୁ ରକ୍ଷା ପାଇବ ।

ଭାରତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ଲାସ୍‌ଗୋ କୋପ-୨୬ ଠାରେ ଆରମ୍ଭ ହୋଇଥିବା ଆଇଆରଆଇଏସ୍‌ (ନମନୀୟ ଦ୍ୱୀପାଞ୍ଚଳ ରାଜ୍ୟ) ମାନବ କଲ୍ୟାଣ ଦିଗରେ ଆଇଆରଆଇଏସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ଯାହା କହିଥିଲେ, ତାକୁ ମୁଁ ଉଦ୍ଧାର କରୁଛି ।

“ଆଇଆରଆଇଏସ୍ ମୋର ବିଶ୍ୱାସ ଓ ଆଶା ଯେ ଏହା ବିପର୍ଯ୍ୟୟ ପ୍ରବଣ ଦେଶମାନଙ୍କୁ ବଡ ଆଶ୍ୱସ୍ତି ପ୍ରଦାନ କରୁଛି । ମୁଁ ସିଡିଆରଆଇକୁ ଏଥିପାଇଁ ଅଭିନନ୍ଦନ ଜଣାଉଛି । ଆଇଆରଆଇଏସ ଓ ସିଡିଆରଆଇ କେବଳ ଭିତ୍ତିଭୂମି ନୁହେଁ, ଏହା ମାନବ କଲ୍ୟାଣର ଦାୟିତ୍ୱ ବହନ କରେ । ମାନବ ଜାତି ପାଇଁ ଏହା ଆମ ସମସ୍ତଙ୍କର ଦାୟିତ୍ୱ ।

“ମୁଁ ଆଇଆରଆଇଏସ୍ ଆରମ୍ଭକୁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ମନେ କରୁଛି । ଆଇଆରଆଇଏ ମାଧ୍ୟମରେ ଏସଆଇଡିଏସ୍ ନିମନ୍ତେ ବୈଷୟିକଜ୍ଞାନ, ଅର୍ଥ ଓ ଆବଶ୍ୟକ ତଥ୍ୟ ଶୀଘ୍ର ଜୁଟାଇବାରେ ସହଜ ହେବ । ଛୋଟ ଦ୍ୱୀପାଞ୍ଚଳ ରାଷ୍ଟ୍ରଗୁଡିକରେ ଗୁଣାତ୍ମକ ଭିତ୍ତିଭୂମି ଉଭୟ ଜୀବନ ଓ ଜୀବିକାର ସହାୟକ ହେବ ।”

ଭାରତ ସିଡିଆରଆଇ ସୃଷ୍ଟି କରିବା ସହ ଏହାକୁ ବିକଶିତ ମଧ୍ୟ କରୁଛି । ବିଭିନ୍ନ ଭାଗିଦାରୀ ପ୍ରତିଷ୍ଠାନ ଓ ବ୍ୟକ୍ତିଙ୍କୁ ନେଇ ଭିତ୍ତିଭୂମିରେ ନମନୀୟତା ଓ ନବୋନ୍ମେଷ ପ୍ରୟୋଗ ପାଇଁ ସମନ୍ୱିତ ଉଦ୍ୟମ କରୁଛି । ସେଥିରୁ ଗୋଟିଏ ପଦକ୍ଷେପ ହେଉଛି “ଡିଆରଆଇ କନେକ୍ଟ” ଯାହାକି ଭିତ୍ତିଭୂମି କ୍ଷେତ୍ରରେ ନିଯୁକ୍ତି ଅଂଶୀଦାରଙ୍କ ନିମନ୍ତେ ଏକ ୱେବଭିତ୍ତିକ ମଞ୍ଚ । ଏହି ମଞ୍ଚ ଦ୍ୱାରା ନୂତନ ଜ୍ଞାନ ଓ କାର୍ଯ୍ୟକାରୀ ସମାଧାନର ପନ୍ଥା ବାହାର କରାଯାଇ ପରିବେଶ ପାଇଁ ବିପର୍ଯ୍ୟୟ ନମନୀୟ ଭିତ୍ତିଭୂମି ପ୍ରସ୍ତୁତ କରାଯାଏ ।

ନିକଟରେ ୩୧ଟି ଦେଶ ଓ ଆଠଟି ସଦସ୍ୟ ସଂଗଠନକୁ ଅନ୍ତର୍ଭୁକ୍ତ କରିବା ପାଇଁ ସିଡିଆରଆଇ ସଦସ୍ୟତାର ସମ୍ପ୍ରସାରଣ ହୋଇଛି । ଆଫ୍ରିକୀୟ ଅଞ୍ଚଳରେ ମଧ୍ୟ ଏହାର ଆଦର ବଢୁଛି । ଦକ୍ଷିଣ ସୁଦାମ ଓ ୟୁରୋପୀୟ ନିବେଶକ ବ୍ୟାଙ୍କ ମଧ୍ୟ ଏହାର ନୂତନ ସଦସ୍ୟ ହୋଇଛି । ସିଡିଆରଆଇର ରଣନୀତିକ ପଦକ୍ଷେପ, ସଂପ୍ରସାରିତ କାର୍ଯ୍ୟକ୍ରମ ଓ ସଦସ୍ୟତା ଏହାକୁ ଲକ୍ଷ୍ୟ ହାସଲ ଦିଗରେ ଅଧିକ ସମର୍ଥ କରୁଛି ।

“ଜଳବାୟୁ ସମ୍ବଳ ଏକ ମରୀଚିକା ଭଳି । ଆଗୁଆ ସତର୍କତା ସୂଚନା ଭଳି ପଦକ୍ଷେପ ଆମ ଅଞ୍ଚଳରେ ବିପର୍ଯ୍ୟୟ ହ୍ରାସ କରିବା ସହ ପ୍ରସ୍ତୁତି ସୁନିଶ୍ଚିତ କରିବ ଓ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଦୃଢ ଓ ସମୟୋଚିତ ପଦକ୍ଷେପ ହେବ।”