ଆମ୍ବ ସମସ୍ତଙ୍କୁ ଭଲ ଲାଗେ ଏବଂ ସମସ୍ତଙ୍କର ପ୍ରିୟ ଖାଦ୍ୟ ମଧ୍ୟ ହୋଇଥାଏ । ଆମ୍ବ ପତ୍ରରେ ଭିଟାମିନ୍ ସି, ବି ଏବଂ ଏ ଭରପୂର ଅଛି । ଏହା ବିଭିନ୍ନ ପୋଷକରେ ମଧ୍ୟ ସମୃଦ୍ଧ ଅଟେ । ଆମ୍ବ ପତ୍ରରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଥାଏ କାରଣ ଏଥିରେ ଫ୍ଲାଭୋନାଏଡ୍ ଏବଂ ଫେନେରାଲ ର ମାତ୍ରା ଅଧିକ ଥାଏ । ଆମ୍ବ ପତ୍ରର ସେବନ ଦ୍ୱାରା ଆପଣ ଅନେକ ରୋଗରୁ ମୁକ୍ତି ପାଇପାରିବେ ।
ଆମ୍ବ ପତ୍ରରେ ରକ୍ତଚାପ କମ୍ କରିବାର ଗୁଣ ରହିଛି । ଏହା ରକ୍ତ ବହିବାକୁ ମଜବୁତ କରିବା ସହିତ ଭାରିକୋଜ୍ ଶିରା ସମସ୍ୟାର ଚିକିତ୍ସା କରିବାରେ ମଧ୍ୟ ସାହାଯ୍ୟ କରେ ।
ଶ୍ୱାସକ୍ରିୟା ସମସ୍ୟା ପାଇଁ ଆମ୍ବ ପତ୍ର ଏକ ଉତ୍ତମ ଉପଚାର ଅଟେ । ବ୍ରୋଙ୍କାଇଟିସ, ଥଣ୍ଡା ଏବଂ ଶ୍ୱାସରୋଗରେ ପୀଡ଼ିତ ଲୋକଙ୍କ ପାଇଁ ଏହା ବିଶେଷ ଉପଯୋଗୀ । ପାଣିରେ ଆମ୍ବ ପତ୍ର ଓ ଅଳ୍ପ ମହୁ ମିଶ୍ରଣ କରି ଫୁଟାନ୍ତୁ ତାପରେ ଏହି ମିଶ୍ରଣକୁ ସେବନ କରନ୍ତୁ ଦେଖିବେ ଧିରେ ଧିରେ ଆପଣଙ୍କ କାଶ ଭଲ ହୋଇଯିବ ।
ନାଳରକ୍ତ ଚିକିତ୍ସା ପାଇଁ ଆମ୍ବ ପତ୍ର ବହୁତ ଲାଭ ଦାୟକ ହୋଇଥାଏ । ଆମ୍ବ ପତ୍ରକୁ ଶୁଖାଇ ଏହାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ତା’ପରେ ଏହି ଗୁଣ୍ଡକୁ ପ୍ରତିଦିନ ୨ରୁ ୩ ଥର ପାଣିରେ ସେବନ କରନ୍ତୁ ।