ଗଙ୍ଗା ଜଳର ମହିମା ଏତେଯେ ତାହା ମୁହଁରେ କହିବା ସହଜ ନୁହେଁ ?

Isn’t it easy to say that the glory of Ganga water is so much?

ହଠାତ ଗରୁଡ଼ ଆଗମନ ଦେଖି ଭଗବାନ ବିଷ୍ଣୁ ଆଶ୍ଚର୍ଯ୍ୟ ହୋଇଗଲେ ।ଗରୁଡ଼କୁ ପଚାରିଲେ ନାରାୟଣ ଦେବ ,!ହେ ଗରୁଡ଼ ଏ ଅସମୟରେ ତୁମେ ଆସିବାର କାରଣ କଅଣ ?ଗରୁଡ଼ ବିନମ୍ର ଭାବରେପ୍ରଣାମ କଲା ଓ କହିଲା ହେ କମଳାର ପତି ଆପଣ କହିଲେ ଯେଉଁ ପୁତ୍ର ପିତାର ଅସ୍ଥିକୁ ଦଶ ଦିନ ଭିତରେ ଗଙ୍ଗା ଜଳରେ ପକାଇ ଦିଏ ସେହି ପ୍ରେତ ସ୍ୱର୍ଗବାସ କରେ ?।ଗଙ୍ଗାଜଳ ରେ ପକାଇଲେ କାହିଁକି ପ୍ରେତ ସ୍ୱର୍ଗ ବାସ କରେ ସେ ବିଷୟରେ ମୋତେ କୁହନ୍ତୁ ?।ଭଗବାନ ଅଳ୍ପ ହସି ଗରୁଡ଼କୁ ଧୀର ବଚନରେ କହୁଛନ୍ତି …….

ହେ ଗରୁଡ଼ !ଗଙ୍ଗା ଜଳର ମହିମା ଏତେଯେ ତାହା ମୁହଁରେ କହିବା ସହଜ ନୁହେଁ ?।ଗଙ୍ଗା ଜଳର ଲହରୀ ଯେତେ ଦୂର ଯାଏ ଗୋ ହତ୍ୟା ବ୍ରହ୍ମ ହତ୍ୟା ପାପ ଦୂର ହୋଇଯାଏ ।ଗଙ୍ଗା ନାମ ଯେଉଁମାନେ ଉଚ୍ଚାରଣ କରିବେ ସେମାନଙ୍କର ପାପ ଦୂର ହୋଇବ ଏକଥା ସତ୍ୟ । ହେ ଗରୁଡ଼ !ମୋ ପାଦ ନଖ କୋଣରୁ ଗଙ୍ଗା ଉତ୍ପତି ।ବ୍ରହ୍ମା ଙ୍କ କମଣ୍ଡଳୁ ମଧ୍ୟରେ ଗଙ୍ଗାକୁ କିଛି ଦିନ ରଖିଥିଲେ ।କପିଳ ମୁନି କୋପରେ ସଗର ସନ୍ତାନ ମାନେ ଦହନ ହେବା ପରେ ଭଗୀରଥ ବହୁଦିନ କଠୋର ତପସ୍ୟା କରି ନିଦ୍ରା ,ଆହାର ,ମୈଥୁନ କୁ ତେଜ୍ୟା କରି ଅର୍ଥାତ ବିସର୍ଜନ କରି ଭାଗୀରଥ ତପସ୍ୟାରେ ସନ୍ତୁଷ୍ଟ ହୋଇ ଗଙ୍ଗାଦେବୀ ମର୍ତ୍ତ୍ୟ କୁ ଆସିଲେ ।ସାଗର ପୁତ୍ର ମାନଙ୍କୁ ଉଦ୍ଧାର କଲେ ।ସେହିଦିନୁ ଗଙ୍ଗା ମର୍ତ୍ତ୍ୟ ରେ ରହିଗଲେ ।ମର୍ତ୍ତ୍ୟ ବାସୀଙ୍କୁ ଗଙ୍ଗା ଉଦ୍ଧାର କରି ଚାଲିଲେ । ଅସ୍ଥି ଗଙ୍ଗାରେ ପଡିଲେ ଭକତି କରନ୍ତି ।।

ହେ ଗରୁଡ଼ ଗୋଟିଏ ପୁରାତନ କଥା ଶୁଣ ?
ବଣରେ ଶମ୍ଭୁନାଥ ନାମକ ଏକ ବ୍ୟାଧ ରହୁଥିଲା ।ପଶୁପକ୍ଷୀ ମାନଙ୍କୁ ମାରି ସେ ପେଟ ପୋଷେ ।ପ୍ରତ୍ୟେକ ଦିନ ଏହିପରି ପଶୁପକ୍ଷୀ ମାରି ଖାଉଥାଏ ।ବହୁଦିନ ବ୍ୟାଧ ବନରେ ରହିଗଲା କିଛି ଅସୁବିଧା ହେଉ ନଥିଲା ତାହାର ।ଅସଂଖ୍ୟ ପଶୁପକ୍ଷୀ ଙ୍କୁ ବ୍ୟାଧ ହତ୍ୟା କରି ଖାଇବାରେ ଲାଗିଲା ।
ଦିନକର କଥା ।ସିଂହ ଟିଏ ବନରେ ବୁଲୁଥିବା ଅବସ୍ଥାରେ ଏହି ବ୍ୟାଧ କୁ ଦେଖିଲା ।ବ୍ୟାଧକୁ ବାଳତ୍କାର କରି ସିଂହ ତାହାର ମାଂସକୁ ଖାଇଲା । ବ୍ୟାଧ ମରିଗଲା ପରେ ଯମଦୂତ ମାନେ ସେଠାକୁ ଆସିଲେ ।ତାହାର ଆତ୍ମାକୁ ବଳ ପୂର୍ବକ ବାନ୍ଧି ନେଲେ ।କାଳସୁତ୍ର ଅନୁସାରେ ବ୍ୟାଧ କୁ ନେଇ ନର୍କରେ ପକାଇ ଦେଲେ ।ସବୁବେଳେ ଯମଦୂତ ମାନେ ବ୍ୟାଧକୁ ବାଡେଇ ଚାଲିଲେ ।ବ୍ୟାଧ ସେଠାରେ କିଛି ଖାଇବାକୁ କି ପିଇବାକୁ ପାଇଲା ନାହିଁ ।

ଯେଉଁ ପଶୁପକ୍ଷୀ ମାନଂକୁ ବ୍ୟାଧ ମାରି ଖାଇଥିଲା ସେମାନେ ସମସ୍ତେ ସେଠାରେ ପହଁଞ୍ଚିଲେ ।ବ୍ୟାଧର ଦେହ ହାତ ନଖ ରେ ଆଘାତ ଦେଲେ ।କେହି କେହି ଦାନ୍ତରେ କିଏ ଶିଙ୍ଗ ରେ ବ୍ୟାଧକୁ ଆଘାତ ଦେଇ ଚାଲିଲେ ।ଏପଟେ ସିଂହ ବ୍ୟାଧର ମାଂସ କୁ ବନ ମଧ୍ୟରେ ବୁଲି ବୁଲି ଖାଉଥାଏ ।କିଛି ଦିନ ପରେ ପ୍ରବଳ ବର୍ଷା ହେଲା  ।ବ୍ୟାଧର ଛୋଟ ଛୋଟ ହାଡ଼ ବର୍ଷା ରେ ଭାସିଗଲା ।ସେହି ଅସ୍ଥି ସବୁ ଭାସି ଗଙ୍ଗାଜଳରେ ପଡିଲା । ନର୍କକୁଣ୍ଡ ରେ ପଡିଥିବା ବ୍ୟାଧ ର ଅସ୍ଥି ଯେମିତି ଗଙ୍ଗା ଜଳରେ ପଡିଗଲା ବ୍ୟାଧ ଦିବ୍ୟ ରୂପ ଧରିଲା । ବ୍ୟାଧର ଦିବ୍ୟ ରୂପ ଦେଖି ବିଷ୍ଣୁଦୂତ ସେଠାରେ ଆସି ପହଁଞ୍ଚିଲେ ।ରଥରେ ବ୍ୟାଧ କୁ ବସାଇ ସ୍ୱର୍ଗପୁରକୁ ନେଇଗଲେ ।ବ୍ୟାଧ ସେଠାରେ ବହୁ ସୁଖ ପାଇଲା ଏଣୁ ହେ ଗରୁଡ଼ ଗଙ୍ଗା ଜଳ ମହିମା ଅନେକ।

ହେ ଗରୁଡ଼ ! ଅଜାମ୍ବିଳ ପାପୀ ନାରାୟଣ ନାମ କୁ ଧରି ସ୍ୱର୍ଗପୁର ରେ ବାସକଲା ସେହି ନାରାୟଣ ଙ୍କ ଚରଣ ରୁ ଗଙ୍ଗା ବାହାର ହୋଇ ମୁକ୍ତି ଧାମ ନାମରେ ପରିଚିତ ହେଲା ।

ହେ ଗରୁଡ଼ !ଯଦି କୌଣସି ଲୋକ ବନରେ ,ପଥରେ ସର୍ପ ବ୍ୟାଘ୍ର ,ଅଗ୍ନିରେ ବା ଚୋରିକରି ମୃତ୍ୟୁ ମୁଖରେ ପଡେ ଅଥବା ବୃକ୍ଷରୁ ପଡି ,ଜଳରେ ବୁଡି ,କୁମ୍ଭୀର ମୁଖରେ ପଡି ମୃତ୍ୟ ହୋଇଥାଏ ଓ ତାହାର ଅସ୍ଥି ନମିଳିଲେ ଏମାନଙ୍କ ଖବର ଯଦି ପୁତ୍ର ଶୁଣେ ତେବେ ଚାଉଳ କୁ ବାଟି ଗୋଟିଏ ମୃର୍ତ୍ତି କରିବ ।ପଳାଶ କାଠ ଏକହାତ ଆଣି ସେହି କାଠରେ ମୂର୍ତ୍ତି ର ହାତଗୋଡ଼ କରିବ ।ମୂର୍ତ୍ତିର ନାଭିରେ ତେଲ ଦୀପ ଜାଳିବ ଓ ମୂର୍ତ୍ତିକୁ ପ୍ରାଣ ପ୍ରତିଷ୍ଠା କରିବ ।ଗୋତ୍ର ନାମ କୁ ସ୍ମରଣାକରି ହିଂସ୍ର ରୂପୀପ୍ରାଣର ଇନ୍ଦ୍ରିୟ ମାନ ସ୍ଥାପନ କରିବ ।ପିତୁଳା ଦେହରେ ଚକ୍ଷୁ ,କର୍ଣ୍ଣ ,ଲୋମ ସ୍ଥାପନ କରିବ ।ବିଷ୍ଣୁନାମ କୁ ସ୍ମରଣ କରିବ ।ଏସବୁ ଉତ୍ତମ ବ୍ରାହ୍ମଣ ଦ୍ୱାରା କରାଇବା ଉଚିତ।

ଯେତେପ୍ରକାର ଦାନ ଅଛି ସେହି ସମୟରେ ବ୍ରାହ୍ମଣଙ୍କୁ ଦେବ ।ଦାନ ଦେଇ ସାରିବା ପରେ ଦୀପ କୁ ଲିଭାଇ ଦେବ ।ଶବକୁ ଶ୍ମଶାନ କୁ ନେଇ ବିଧି ଅନୁସାରେ ସଂସ୍କାର କରିବ ।ଚିତାରୁ ମିଳିଥିବା ଅସ୍ଥି ଅର୍ଥାତ ପଳାଶ କାଠ କୁ ଆଣିବ ଓ ଭସ୍ମ କୁ ଏକତ୍ର କରି ଗଙ୍ଗା ଜଳରେ ଭସାଇ ଦେବ ।ସେହି ଦିନଠାରୁ ଦଶାହ ବିଧିରେ ପ୍ରେତକୃତ୍ୟ କରିବ ।

ବର୍ଷ ଶେଷରେ ଅତି ଆନନ୍ଦ ମନରେ ପୁତ୍ର ଶ୍ରାଦ୍ଧ କରିବ ।ଏହିପରି କଲେ ଏଭଳି ପ୍ରେତଙ୍କର ମୁକ୍ତି ମିଳେ ।
ହେ ଗରୁଡ଼ !ଯଦି ଗର୍ଭବତୀ ନାରୀ ମୃତ୍ୟୁ ହୁଏ ତାହାଲେ ତାହାର କ୍ରିୟା କର୍ମ କିପରି ହୁଏ ଶୁଣ ?।

ଗର୍ଭବତୀ ନାରୀର ଏକମାସ ଗର୍ଭ ହୋଇଥିଲେ ମଧ୍ୟ ଯଦି ସେ ମରଣ ହୁଏ ତେବେ ଗର୍ଭକରି ଥିବା ପୁରୁଷ ଅର୍ଥାତ ତାହାର ସ୍ୱାମୀ ଅସ୍ତ୍ର ସାହାଯ୍ୟ ରେ ଗର୍ଭକୁ ବିଦାରଣ କରିବ । ଗର୍ଭରେ ଯଦି ବାଳକ ଆଗରୁ ମରି ଯାଇଥାଏ କିମ୍ୱା ନାରୀ ମରିବାପରେ
ବାଳକ ଜନ୍ମ ହୋଇ ମରିଯାଏ ତେବେ ସେମାନଙ୍କୁ ଗଙ୍ଗାରେ ନେଇ ପକାଇ ଦେବ ।ପୋଡା ପୋତା ଏ ମାନଙ୍କୁ କରିବ ନାହିଁ । ଯଦି ସତାଇଶ (୨୭)ବୟସ ରୁ ଅଧିକ ବୟସ ହୋଇଥିଲେ ସେହି ଗର୍ଭବତୀ ନାରୀ କୁ ଅଗ୍ନିରେ ଦହନ କରିବ । ନଚେତ ଗଙ୍ଗାଜଳରେ ତାକୁ ପକାଇ ଜଳକୁମ୍ଭ ଦାନ ଦେବ ।

ହେ ଗରୁଡ଼ !ଯଦି କୌଣସି ଛୁଆଙ୍କୁ ପାଞ୍ଚ ବର୍ଷ ହୋଇଥାଏ ଓ ତାହାର ମୃତ୍ୟ ହୁଏ ତାହାର ବିଧାନ କିପରି ହେବ ଶୁଣ ?

ଯଦି କୌଣସି କାରଣ ବି ହେଉ ପାଞ୍ଚ ବର୍ଷୀୟ ଛୁଆ ମୃତ୍ୟ ହୁଏ ତବେ ସମାନ ବୟସର ପିଲାଙ୍କୁ ଡାକି ମିଷ୍ଠାନ ଭୋଜନ ଦେଲେ ପ୍ରେତ ମୁକ୍ତି ପାଏ ।ପୌଗଣ୍ଡ କାଳରେ ଯଦି ମୃତ୍ୟୁ ହୁଏ ତେବେ ଏହି ବିଧିରେ କାର୍ଯ୍ୟ କରାଯାଏ ।

ହେ ଗରୁଡ଼ ଯଦି ବ୍ରାହ୍ମଣ ପିଲା ବ୍ରତ ହୋଇ ମରିଯାଏ ତେବେ କିପରି ବିଧି ଅଛି ଶୁଣ ?

ଯେଉଁ ସମୟରେ ବ୍ରତ ହୋଇଥିବା ବ୍ରାହ୍ମଣ ସନ୍ତାନ ମରବି ସେହି ସମୟରେ ସ୍ନାନ ଓ ଶୌଚାଦି କାର୍ଯ୍ୟ କରିବ ।ଦଶଦିନ ପର୍ଯ୍ୟନ୍ତ ପିଣ୍ଡଦାନ କରି ଚାଲିବ । ଏକାଦଶ ଓ ଦ୍ଵାଦଶ ଦିନ ବୃଷଭ ଦାନ ଦେବ ।ଯଦି ପିଲାର ପିତା ବଂଚିଥାଏ ତେବେ ସପିଣ୍ଡ ଦାନ କରିବ ନାହିଁ ।ଅନ୍ୟ ସମସ୍ତ କର୍ମ କରିବ ।ମାତ୍ର ସପିଣ୍ଡ ଦାନ କରିବ ନାହିଁ ।

ଯୁବକ ଅବସ୍ଥାରେ ଯିଏ ପ୍ରାଣ ବିସର୍ଜନ କରିବ ତେବେ ସମସ୍ତ କର୍ମ ତାହାର ହେବ ।

ସନ୍ୟାସୀ ମରିଲେ ଶବକୁ ଦାହ କରିବ ନାହିଁ ।ମୁନି ୠଷି ଯତି ମାନେ ମରିଲେ ମଧ୍ୟ ତାଙ୍କୁ ଦାହ କରିବ ନାହିଁ ।ଏମାନଂକୁ ଭୂମି ରେ ବାର ହାତ ଗାତ ଖୋଳି ପୋତିଦେଵ ।ଏମାନଙ୍କ ପାଇଁ ଦାନ ମଧ୍ୟ କରିବ ନାହିଁ ।ଏହି ମାନଙ୍କ ପାଇଁ କେବଳ ପ୍ରେତ ମନ୍ତ୍ର ଓ ବିଷ୍ଣୁ ଙ୍କୁ ଧ୍ୟାନ ହିଁ ନିହାତି ଆବଶ୍ୟକ ।ଏମାନଙ୍କର ଦଣ୍ଡ ,କମଣ୍ଡଳୁ ମଧ୍ୟ ସମାଧି ଦେବା ଦରକାର ।ଦଶଦିନ ପର୍ଯ୍ୟନ୍ତ ବିଷ୍ଣୁ ଉଦକ ପାନ କରି ରହିବ ।ଏମାନଙ୍କର ଆତ୍ମା ପ୍ରେତ ପୁରକୁ ଯାଏ ନାହିଁ ।
ଯେଉଁ ସନ୍ୟାସୀ ଦଣ୍ଡଧାରୀ ସେ ନାରାୟଣ ଙ୍କ ସହ ସମାନ ଅଟେ ।ଯଦି କୌଣସି ସନ୍ୟାସୀ ତ୍ରିଦଣ୍ଡ ଧାରଣ କରିଥାଏ ସେ ହି ସନ୍ୟାସୀ ଅତି ସହଜରେ ବୈକୁଣ୍ଠ ଗମନ କରେ ।ପ୍ରେତଭୂମି ସେ ଦେଖେନାହିଁ ।ଏହି ସନ୍ୟାସୀ ସହିତ ଯିଏ ସାଙ୍ଗ ହୋଇଥାଏ ସେ ମଧ୍ୟ ବୈକୁଣ୍ଠ ପୁରକୁ ଗମନ କରେ ।

ଭଗବାନ ଶ୍ରୀବିଷ୍ଣୁ ଗରୁଡ଼କୁ କହୁଛନ୍ତି ………..
ହେ ପକ୍ଷୀରାଜ !ଏହି ପୁରାଣ କୁ ଯିଏ ଶୁଣେ ବା ପଢେ ତାହାର ସମସ୍ତ ପାପ ନାଶ ଯାଇ ଧର୍ମ ବେଳ ଆସେ ।ପାପରୁ ମୁକ୍ତି ହୋଇ ସ୍ଵର୍ଗରେ ବାସ କରେ ।