ତ୍ୱଚା ପାଇଁ ଆପଣାନ୍ତୁ ଏହି ଟିପ୍ସ

ହଳଦୀ ତ୍ୱଚା ପାଇଁ ଖୁବ ଲାଭଦାୟକ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ସହ ଆଣ୍ଟି-ଇନଫ୍ଲାମେଟରୀ ଗୁଣ ରହିଛି। ଯାହା ତ୍ୱଚା ଜନିତ ଅନେକ ସମସ୍ୟାକୁ ଦୂର କରିଥାଏ। ହଳଦୀ ଗୁଣ୍ଡରେ ଗୋଲାପ ଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ରାତିରେ ଶୋଇବା ପୂର୍ବରୁ ଏହାକୁ ମୁହଁରେ ଲଗାଇ ଶୁଅନ୍ତୁ।

ଏହା ତ୍ୱଚାକୁ ଉଜ୍ଜ୍ୱଳ କରିବା ସହ ଚମକ ବୃଦ୍ଧି କରିଥାଏ। ତ୍ୱଚାରେ ହଳଦୀ ଫେସ୍‌‌ ପ୍ୟାକ ଲଗାଇବା ଦ୍ୱାରା ବିଭିନ୍ନ ଦାଗ ଦୂର ହୋଇଥାଏ। ତ୍ୱଚାରେ କୁଞ୍ଚନ ହୋଇଥିଲେ, ହଳଦୀ ତ୍ୱଚାରେ ନିଶ୍ଚୟ ଲଗାନ୍ତୁ। ଏହାଦ୍ୱାରା କୁଞ୍ଚନ ସମସ୍ୟା ଦୂର ହୋଇଥାଏ। ହଳଦୀରେ ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ରହିଛି। ଏହି କାରଣରୁ ତ୍ୱଚାରେ ହଳଦୀ ଲଗାଇବା ଦ୍ୱାରା ତ୍ୱଚାରେ ଥିବା ବ୍ରଣ ସମସ୍ୟା ଦୂର ହୋଇଥାଏ।