ବନାଗ୍ନି ବିଗତ କେତେ ଦଶନ୍ଧି ଧରି ସମଗ୍ର ବିଶ୍ୱରେ ବ୍ୟାପକ ଆକାର ଧାରଣ କରିଛି ଏବଂ ଏହା ଫଳରେ ବହୁ ଧନଜୀବନ ହାନି ଘଟୁଛି । ଜଙ୍ଗଲ ନିଆଁ ଯୋଗୁଁ ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ଅଙ୍ଗାରକାମ୍ଳ ଶୋଷଣ ଉତ୍ସ ବା କାର୍ବନ ସିଙ୍କ୍ ବିଶେଷ ପ୍ରଭାବିତ ହେଉଛି । କାନାଡାର ଉତ୍ତରାଞ୍ଚଳର ବନ (ବୋରିଲ ଫରେଷ୍ଟ) ଏବଂ ବ୍ରାଜିଲର ଆମାଜନ ଉପତ୍ୟକାର ବର୍ଷା ବନ ଏହି ବନାଗ୍ନି ଦ୍ୱାରା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ମେରିଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ନୂଆ ଅନୁଧ୍ୟାନ ଅନୁସାରେ ୨୦୦୧ ତୁଳନାରେ ଏବେ ବନାଗ୍ନି ଦ୍ୱାରା ବର୍ଷକୁ ତିନି ନିୟୁତରୁ ଅଧିକ ହେକ୍ଟର ଜଙ୍ଗଲାଞ୍ଚଳ କ୍ଷତିଗ୍ରସ୍ତ ହେଉଛି ।
ସରଳ ଭାଷାରେ ଜଙ୍ଗଲ ନିଆଁ ପ୍ରତିବର୍ଷ ବିଶ୍ୱର ମୋଟ ବୃକ୍ଷର ଏକ ଚତୁର୍ଥାଂଶ ଗତ ୨୦ବର୍ଷରେ ନଷ୍ଟ କଲାଣି । ଦିନକୁ ଦିନ ବନାଗ୍ନି ଘଟଣା ଅଧିକ ହେଉଛି ଓ ଏହାର ଭୟାବହତା ବଢୁଛି । ଅତଏବ ବିଶ୍ୱର ଜୀବମଣ୍ଡଳ ଓ ପରିବେଶ ପାଇଁ ଏହା ଅତ୍ୟନ୍ତ ଘାତକ ପ୍ରମାଣି ହେଉଛି ଏହାର ଭୟାବହତା ବଢୁଛି । ଅତଏବ ବିଶ୍ୱର ଜୀବମଣ୍ଡଳ ଓ ପରିବେଶ ପାଇଁ ମଣିଷର କାର୍ଯ୍ୟକଳାପକୁ ପ୍ରଭାବିତ କରୁଛି ।
ବିଶ୍ୱର ଜଳବାୟୁ ପରିବର୍ତ୍ତନ ଏହି ବନାଗ୍ନି ଘଟଣାକୁ ଅଧିକ ପ୍ରଭାବିତ କରିଛି । ଏବେ ଯେଉଁ ପ୍ରଚଣ୍ଡ ତାପ ପ୍ରବାହ ଅନୁଭୂତ ହେଉଛି ତାହା ୧୫୦ବର୍ଷ ତଳେ ହୋଇଥିବା ଝାଂଜିଠାରୁ ପାଂଚଗୁଣ ଅଧିକ ଥର ପ୍ରଭାବିତ ହେଉଛି । ଏହାଫଳରେ ମାଟିର ବତର ଶୁଖିଯାଉଛି ଏବଂ ବନାଗ୍ନି ସୃଷ୍ଟି ଏହାକୁ ବ୍ୟାପିବାରେ ସାହାଯ୍ୟ କରୁଛି । ଜଙ୍ଗଲରେ ନିଆଁ ଲାଗିଲେ ପ୍ରଚୁର ଧୂଆଁ ସୃଷ୍ଟି ହୋଇ ଅଙ୍ଗାରକାମ୍ଳ ନିର୍ଗମନ ବଢେ ଏବଂ ଏହାର ପ୍ରଭାବ ଜଳବାୟୁ ପରବର୍ତନକୁ ତ୍ୱରାନ୍ୱିତ କରିଥାଏ । ମାଟିର ଜଳୀୟ ଅଂଶ ହ୍ରାସ ପାଇଲେ ଗଛଲତା ମରିବା ସହିତ ଜଙ୍ଗଲ କ୍ଷୟ ଘଟେ ।
ଭାରତୀୟ କାହାଣୀ- ବିଶ୍ୱ ବନାଗ୍ନି ଜନିତ ସମସ୍ୟାର ମୁକାବିଲା ପାଇଁ ଭାରତ ତାହାର ପର୍ଯ୍ୟବେକ୍ଷଣ ବ୍ୟବସ୍ଥାକୁ ଯଥେଷ୍ଟ ବଢାଇଛି । ଭାରତର ମୋଟ ଜଙ୍ଗଲର ୨୫ ଶତାଂଶ ଅତ୍ୟନ୍ତ ଅଗ୍ନିକାଣ୍ଡ ପ୍ରବଣ ଏହା ସତ୍ୱେ ଜଙ୍ଗଲ ନିଆଁ ଯୋଗୁ ଭାରତୀୟ ବାନାଂଚଳରେ ମାତ୍ର ୩ ଶତାଂଠ ଗଛ ନଷ୍ଟ ହୁଏ । ଭାରତୀୟ ଜଙ୍ଗଲ ସର୍ଭେ ପକ୍ଷର ବନ ଅଗ୍ନି ନାମରେ ଏକ ଜିଓ-ପୋର୍ଟାଲ ପ୍ରସ୍ତୁତ କରାଯାଇଛି । ଏହା ସାହାଯ୍ୟରେ ସହଜରେ ବନାଗ୍ନିକୁ ଠାବ କରି ଆବଶ୍ୟକ ତଥ୍ୟ ସଂଗ୍ରହ କରି ହେଉଛି ।
ଏଥିରୁ ବନାଗ୍ନି ସଂକ୍ରାନ୍ତ ତଥ୍ୟ ଠିକ୍ ସମୟରେ ମିଳିବା ସହିତ ଏହାର ପ୍ରତିକାର ବ୍ୟବସ୍ଥା କରିବାର ସୁଯୋଗ ମିଳୁଛି । ଏହି ପୋର୍ଟାଲଟି ଏକ ସିଙ୍ଗଲ ପଏଂଟ ସୋର୍ସ ବା ଏକସ୍ଥାନୀକ ଉତ୍ସ ଭାବରେ କାମ କରିପାରିବ । ଭାରତରେ ଘଟୁଥିବା ବନାଗ୍ନି ସମ୍ପର୍କରେ ଏଥିରୁ ତଥ୍ୟ ମିଳିପାରିବ । ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନ୍ଡିଏମ୍ଏ) ଅଧୀନରେ ଭାରତ ଖୁବ ଶୀଘ୍ର ବନାଗ୍ନି ମୁକାବିଲା ବ୍ୟବସ୍ଥା ରଖିବାକୁ ଯାଉଛି । ଏହା ଫଳରେ ବନାଗ୍ନିର ତୁରନ୍ତ ମୁକାବିଲା କାମ ସୁନିଶ୍ଚିତ ହୋଇପାରିବ ।
ଟେକ୍ନାଲୋଜି ଓ ନିୟାମକ ବ୍ୟବସ୍ଥାରେ ଉନ୍ନତି ସହିତ କର୍ତ୍ତୃପକ୍ଷ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ସମ୍ମିଳିତ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରୁଛନ୍ତି । ଫଳରେ ବନାଗ୍ନି ପରିଚାଳନା ବ୍ୟବସ୍ଥାରେ ଉନ୍ନତି ଆସିଛି । ଯୁଗ୍ମ ବନାଗ୍ନି ପରିଚାଳନା (ଜେଏଫ୍ଏମ୍)ରେ ଜଙ୍ଗଲ ନିଆଁକୁ ଲିଭାଇବା ସ୍ଥାନୀୟ ଲୋକଙ୍କ ସହାୟତା ନିଆଯାଇଛି । ଏଥି ପାଇଁ ଦେଶସାରା ଗ୍ରାମ ସ୍ତରରେ ଜେଏଫ୍ଏମ୍ କମିଟିମାନ ଗଠନ କରାଯାଇଛି । ଏହି କମିଟି ମାନ ଜଙ୍ଗଲ ସୁରକ୍ଷା ଓ ବନାଗ୍ନି ପରିଚାଳନା କାମ ସ୍ଥାନୀୟ ଭାବେ ଦେଖୁଛନ୍ତି । ଏବେ ଭାରତରେ ୩୬, ୧୬୫ ଜେଏଫଏମ୍ କମିଟି ଅଛି । ଏହି କମିଟି ଉପରେ ୧୦.୨୪ ନିୟୁ୍ତ ହେକ୍ଟରରୁ ଅଧିକ ଜଙ୍ଗଲାଞ୍ଚଳର ସୁରକ୍ଷା ନ୍ୟସ୍ତ କରାଯାଇଛି ।
ଗୋଷ୍ଠୀଭିତ୍ତିକ ବନାଗ୍ନି ପରିଚାଳନା ନୀତି କ୍ରମଶଃ ଲୋକପ୍ରିୟ ହେଉଛି । କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲା ସମେତ ବିଭିନ୍ନ ଅଞ୍ଚଳରେ ଏହି କମିଟି ସକ୍ରିୟ । କମିଟି ଲୋକଙ୍କ ମଧ୍ୟରେ ଚେତନା ସୃଷ୍ଟି କରି ବନାଗ୍ନିର ମୁକାବିଲା ଓ ଜଙ୍ଗଲ ସୁରକ୍ଷାରେ ସ୍ଥାନୀୟ ଲୋକଙ୍କୁ ସାମିଲ କରୁଛି । ଜନଚେତନା ସୃଷ୍ଟି କରିବାକୁ ପଥପ୍ରାନ୍ତ ନାଟକ, ଘରକୁ ଘର ଅଭିଯାନ, ଅଗ୍ନି ନିୟନ୍ତ୍ରଣ କକ୍ଷ ଗଠନ ଓ ୱାଚ ଟାୱାରମାନ ନିର୍ମାଣ କରାଯାଇଛି । ଏ କ୍ଷେତ୍ରରେ ଲୋକଙ୍କ ଦକ୍ଷତା ବୃଦ୍ଧି ପାଇଁ ମଧ୍ୟ କାମ ହେଉଛି । ଏହାର ଲାଭ ମିଳୁଛି । ଜଙ୍ଗଲ ବିଭାଗର ତଥ୍ୟ ଅନୁସାରେ ବର୍ଷକ ଭିତରେ ବନାଗ୍ନି ଘେନି ଲୋକଙ୍କ ସତର୍କତା ୫ଶତାଂଶ ବଢିଛି ଏବଂ ପୋଡି ଯାଇଥିବା ଜଙ୍ଗଲାଞ୍ଚଳର ପରିମାଣ ୫୮ଶତାଂଶ ହ୍ରାସ ପାଇଛି । ବାନ୍ଦିପୁର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳରେ ବନାଗ୍ନି ମୁକାବିଲା ପଦକ୍ଷେପ ଯୋଗୁଁ ନିଆଁ ଲାଗିବା ଘଟଣା କମିଛି ଏବଂ ଜଙ୍ଗଲର ଆୟତନ ଓ ଘନତ୍ୱ ବୃଦ୍ଧି ପାଇଛି । ଏହା ଦ୍ୱାରା ମଧ୍ୟ ମୃତ୍ତିକା କ୍ଷୟକୁ ରୋକାଯାଇ ପାରୁଛି । ସେଠାରେ ନୂଆ ଜଙ୍ଗଲ ସୃଷ୍ଟି କରାଯାଇ ୧୨ରୁ ୧୮ମାସ ମଧ୍ୟରେ ଜୈବ ବିବିଧତାର ଘନତ୍ୱ ଉଲ୍ଲେଖନୀୟ ଭାବେ ବଢାଇବାରେ କର୍ତ୍ତୃପକ୍ଷ ସଫଳ ହୋଇଛନ୍ତି ।
ଅତି ଦାରୁଣ ପାଣିପାଗ ଓ ତତ୍ଜନିତ ଘଟଣା ପରିପ୍ରେକ୍ଷୀରେ ଭାରତ ବନାଗ୍ନି ପରିଚାଳନା ପାଇଁ ନିଜର ପ୍ରସ୍ତୁତିକୁ ଆହୁରି ବ୍ୟାପକ କରୁଛି । ଭାରତର ପାରମ୍ପରିକ ବନାଗ୍ନି ନିୟନ୍ତ୍ରଣ ବ୍ୟବସ୍ଥାକୁ ସମ୍ମାନ ଦେଇ କର୍ତ୍ତୃପକ୍ଷ ଉନ୍ନତି ଆଣି ନିଆଁ ଦାଉରୁ ଜଙ୍ଗଲକୁ ସୁରକ୍ଷିତ ରଖିବାକୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏହା ଫଳରେ ନିଆଁ ଲାଗିବା ମାତ୍ରେ ତତ୍କାଳ ପ୍ରତିକାର ବ୍ୟବସ୍ଥା ଆରମ୍ଭ କରାଯାଉଛି । ଏହା ଫଳରେ ବନାଗ୍ନି ସଂଖ୍ୟା କମୁଛି ଓ ଜଙ୍ଗଲ ନଷ୍ଟ ପରିମାଣ ଯଥେଷ୍ଟ ହ୍ରାସ ପାଉଛି । ଭାରତ ଗୋଷ୍ଠୀ ଭିତ୍ତିକ ବନାଗ୍ନି ପରିଚାଳନାକୁ ଉତ୍ସାହିତ କରୁଛି। ଏଥିରେ ସ୍ଥାନୀୟ ଲୋକ ଓ ଗୋଷ୍ଠୀଙ୍କ ସାମର୍ଥ୍ୟ ଏବଂ ଶକ୍ତିକୁ ବ୍ୟବହାର କରାଯାଉଛି । ଆଧୁନିକ ପ୍ରଯୁକ୍ତି ଯଥା ଆଲର୍ଟ ସିଷ୍ଟମ, ଜିପିଏସ୍ ଟ୍ରାକର ବ୍ୟବହାର କରାଯାଇ ନିଆଁ ଲାଗିବା କ୍ଷଣି ସେ ସ୍ଥାନକୁ ଚିହ୍ନଟ କରାଯାଇ ଅଗ୍ନି ନିର୍ବାପନ ପଦକ୍ଷେପ ଗ୍ରହଣ କରାଯାଉଛି ।
ଏହା ଫଳରେ ଜଙ୍ଗଲର କ୍ଷେତ୍ରସ୍ତରୀୟ ପରିଚାଳକ ସାମିଲ ହେଉଛନ୍ତି ଏବଂ ନିଆଁ ଲାଗିବା ଓ ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ସଫଳତାର ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହି ପ୍ରୟାସ ଫଳରେ ଭାରତର ବନାଗ୍ନି ଓ ତତ୍ଜନିତ କ୍ଷୟକ୍ଷତି ସଂଖ୍ୟା ହ୍ରାସ ପାଉଛି ।
ଜି-୨୦ର ଗୁରୁତ୍ୱ ଜଳବାୟୁ ପରିବର୍ତ୍ତନ ପଛରେ ରହୁଥିବା ବନାଗ୍ନିଜନିତ ପ୍ରଭାବକୁ ମନରେ ରଖି ଭାରତର ଅଧ୍ୟକ୍ଷତାରେ ପରିଚାଳିତ ଜି-୨୦ର ଚଳିତ ବର୍ଷର ପ୍ରାରମ୍ଭିକ ଗାନ୍ଧିନଗର ଶିଖର ସମ୍ମିଳନୀରେ ଏକ କାର୍ଯ୍ୟପନ୍ଥା ବା ରୋଡ ମ୍ୟାପ ଉପସ୍ଥାପିତ ହୋଇଥିଲା । ଏହାର ନାମ ଥିଲା ଗାନ୍ଧିନଗର ଇମ୍ଲିମେଣ୍ଟେସନ ରୋଡ ମ୍ୟାପ ବା ଜିଆଇଆର ।
ଏହା ଛଡା ସେହି ସମ୍ମିଳନୀରେ ଗାନ୍ଧିନଗର ଇନ୍ଫରେମେସନ ପ୍ଲାଟଫର୍ମ ବା ଜିଆଇପି ନାମରେ ଆଉ ଏକ ପ୍ରୟାସ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟପନ୍ଥା (ରୋଡ ମ୍ୟାପ) ଜି-୨୦ ଓ ସହଯୋଗୀ ରାଷ୍ଟ୍ରମାନଙ୍କ ମଧ୍ୟରେ ବନାଗ୍ନି ରୋକିବାରେ ସହଯୋଗ ବୃଦ୍ଧି, ପରିବେଶ ସୁରକ୍ଷା, ଜୀବମଣ୍ଡଳର ପୁରରୁଦ୍ଧାର ଓ ବାନଗ୍ନି ଖଣି ଖନନ ଦ୍ୱାରା ନଷ୍ଟ ହେଉଥିବା ଜଙ୍ଗଲାଞ୍ଚଳର ପୁନରୁଦ୍ଧାରକୁ ଅଗ୍ରାଧିକାର ଦେଉଛି । ଏହାକୁ ବିଶ୍ୱସ୍ତରରେ ଏକ ବନାଗ୍ନି ମୁକାବିଲାର ଉପାୟଭାବେ ବ୍ୟବହାର କରିବାକୁ ଭାରତ ପ୍ରସ୍ତାବ ରଖିଛି ।
ଭାରତର ଏହା ଏକ ଚମତ୍କାର ଉଦ୍ୟମ । ଜି-୨୦ର ସଦସ୍ୟମାନେ ଜଳବାୟୁ ପରିବର୍ତ୍ତନର ସଫଳ ମୁକାବିଲାକୁ ଅଗ୍ରାଧିକାର ଦେଉଛନ୍ତି ଏବଂ ଭାରତ ଏ କ୍ଷେତ୍ରରେ ଆଗରେ ରହିଛି । ଏହି ପରିପ୍ରେକ୍ଷୀରେ ଜି-୨୦ର ଅଧ୍ୟକ୍ଷ ଭାବେ ଭାରତ ଯେଉଁ ପ୍ରସ୍ତାବ ଉପସ୍ଥାପିତ କରିଛି ସେଥିପ୍ରତି ଏହାର ସଦସ୍ୟ ରାଷ୍ଟ୍ରଙ୍କ ଆଗ୍ରହ ନିଶ୍ଚୟ ପ୍ରଣିଧାନ ଯୋଗ୍ୟ । ଅତଏବ ଏହା ବିଶ୍ୱସ୍ତରରେ କେମିତି କାର୍ଯ୍ୟକାରୀ ହେବ ସେ ଦାୟିତ୍ୱ ଜି-୨୦ର ସବୁ ସଦସ୍ୟ ଓ ସହଯୋଗୀ ରାଷ୍ଟ୍ରଙ୍କର ।
ଏଥିରେ ସମସ୍ତଙ୍କର ସହଯୋଗ ଲୋଡା । ‘ଜିଆଇପି-ଜିଆଇଆର’ ପ୍ରୟାସ ଦ୍ୱାରା ବନାଗ୍ନିର ସଫଳ ମୁକାବିଲା ସହିତ ପରିବେଶ ସୁରକ୍ଷା ହୋଇପାରିବ ଏବଂ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାର ସମାଧାନ ସହଜ ହେବ । ଏ କ୍ଷେତ୍ରରେ ଦେଶୀ ଜ୍ଞାନକୌଶଳ ଓ ଟେକ୍ନୋଲୋଜି ମଧ୍ୟ ରାଷ୍ଟ୍ରସମୂହ ନିଜ ନିଜ ମଧ୍ୟରେ ଆଦାନପ୍ରଦାନ କରିବା ଆବଶ୍ୟକ । ଏହି ଉଦ୍ୟମ ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ଉନ୍ନତ ତଥା ନିବିଡ କରିବା ସହିତ ବନାଗ୍ନି ଓ ପରିବେଶଗତ ସମସ୍ୟାର ସମାଧାନ କ୍ଷେତ୍ରରେ ବିଶେଷ ସହାୟକ ହେବ ।