ପୃଥିବୀକୁ ମହାବିପଦ: ମାଡ଼ି ଆସୁଛି ଗ୍ରହାଣୁ, ଉଲ୍କା, ଧୂମକେତୁ

୨୦୨୪ ଏସ୍‌ସି ନାମକ ଗ୍ରହାଣୁପିଣ୍ଡଟି ପୃଥିବୀ ପୃଷ୍ଠରୁ ପ୍ରାୟ ୧୦ ଲକ୍ଷ ୧୦ ହଜାର ଆଲୋକବର୍ଷ ଦୂରତାରେ ଅତିକ୍ରମ କରିବ । ସାମାନ୍ୟ ଏପଟ ସେପଟ ହୋଇଗଲେ, ତାହା ପୃଥିବୀର ବାୟୁମଣ୍ଡଳ ଭିତରେ ପ୍ରବେଶ କରିବାର ଆଶଙ୍କା ରହିଛି । ନାସା ବିଜ୍ଞାନୀମାନେ ଉକ୍ତ ଗ୍ରହାଣୁପିଣ୍ଡ ଉପରେ କଡ଼ା ନଜର ରଖିଛନ୍ତି । ଆବଶ୍ୟକ ପଡ଼ିଲେ, ପୃଥିବୀକୁ ବଂଚାଇବା ପାଇଁ ଗ୍ରହାଣୁ ପିଣ୍ଡ ନିକଟକୁ କୃତ୍ରିମ ଉପଗ୍ରହ ପଠାଯିବ ବୋଲି ନାସା ବିଜ୍ଞାନୀଙ୍କ ନିକଟରୁ ଆଶ୍ୱାସନା ଶୁଣିବାକୁ ମିଳୁଛି । ନାସା କହିଛି ଯେ ପୃଥିବୀ ଆଡକୁ ମାଡ଼ି ଆସୁଥିବା ଗ୍ରହାଣୁପିଣ୍ଡଟି ତା’ ବାଟରେ ଚାଲିଯିବ । କାହାର କିଛି କ୍ଷତି କରିବନି ।

ଅକ୍ଟୋବର ୬ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ମହାକାଶରେ ବିଳମ୍ବିତ ରାତିରେ ଉଲକା ବର୍ଷା ହେବ । ଖାଲି ଆକାଶରେ ସେହି ଉଲକା ବର୍ଷାଗୁଡ଼ିକ ଦେଖିବାକୁ ମିଳିବ । ଅକ୍ଟୋବର ୧୭ ତାରିଖରେ ସୁପରମୁନ୍‌ ଦେଖିବାକୁ ମିଳିବ । ଯାହା ଚନ୍ଦ୍ରର ସ୍ୱାଭାବିକ ଆକାର ତୁଳନାରେ ୩୦ ପ୍ରତିଶତ ବଡ଼ ।

ଅକ୍ଟୋବର ୨୦ ତାରିଖରୁ ୨୪ ତାରିଖ ଭିତରେ ଗୋଟିଏ ଧୂମକେତୁ ସୂର୍ଯ୍ୟର ନିକଟବର୍ତୀ ହେବାକୁ ଯାଉଛି । ଭାରତରେ ବସବାସ କରୁଥିବା ଲୋକମାନେ ଭୋର ୩ଟାରୁ ସକାଳ ୬ଟା ଭିତରେ ଉକ୍ତ ଧୂମକେତୁକୁ ଖାଲି ଆଖିରେ ଦେଖିପାରିବେ ।

ଓଡ଼ିଶାରେ ବସବାସ କରୁଥିବା ଲୋକମାନେ ମଧ୍ୟ ଭୋର ୩ଟାରୁ ସକାଳ ୬ ଭିତରେ ଧୂମକେତୁକୁ ଖାଲି ଆଖିରେ ଦେଖିପାରିବେ ।

ପୃଥିବୀ ଆଡକୁ ମାଡ଼ି ଆସୁଥିବା ଗ୍ରହାଣୁ ପିଣ୍ଡର ଗତିପଥକୁ ଅନୁଧ୍ୟାନ କରିବା ପାଇଁ ନାସା ପକ୍ଷରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି ।

ଦରକାର ପଡ଼ିଲେ ପୃଥିବୀର ନିକଟବର୍ତୀ ହେଉଥିବା ଗ୍ରହାଣୁ ପିଣ୍ଡରୁ ମାଟି ସଂଗ୍ରହ କରିବା ପାଇଁ ଉଦ୍ୟମ କରୁଛି ନାସା ।

ଅକ୍ଟୋବର ମାସରେ ଦେବଗୁରୁ ବୃହସ୍ପତି ପୃଥିବୀର ନିକଟତର ହେଉଛନ୍ତି । ନିର୍ମଳ ଆକାଶରେ ସନ୍ଧ୍ୟା ୭ଟା ରାତି ୧୦ ଭିତରେ ପୃଥିବୀ ପୃଷ୍ଠରୁ ଖାଲି ଆଖିରେ ଦେବଗୁରୁ ବୃହସ୍ପତିଙ୍କୁ ଆପଣମାନେ ଦେଖିପାରିବେ ।

ଅକ୍ଟୋବର ମାସରେ ବଳୟ ଗ୍ରହ ଶନି ମଧ୍ୟ ପୃଥିବୀର ନିକଟତର ହେଉଛନ୍ତି । ବିଳମ୍ବିତ ରାତିରେ ଖାଲି ଆଖିରେ ଆପଣମାନେ ବଳୟ ଗ୍ରହକୁ ଦେଖିପାରିବେ ।

ଏତେସବୁ ମହାଜାଗତିକ ଦୃଶ୍ୟ ଦେଖିବାକୁ ସୁଯୋଗ ମିଳୁଥିବାରୁ ମହାକାଶ ବିଜ୍ଞାନୀଙ୍କ ମନରେ ନାନା ଉକ୍ରଣ୍ଠା ଭରି ଯାଇଛି । ମାତ୍ର ଜ୍ୟୋତିର୍ବିଜ୍ଞାନୀମାନେ କହିଛନ୍ତି ଯେ ଏହି ସମୟ ଭିତରେ କେହି ଜଣେ ବିଶିଷ୍ଟ ବ୍ୟକ୍ତିଙ୍କର ମହାପ୍ରୟାଣ ଘଟିପାରେ ।

ମହାକାଶରେ ଏକାଧିକ ମହାପ୍ରଭାବ କାରଣରୁ ପୃଥିବୀ ପୃଷ୍ଠରେ ଏକାଧିକ ପ୍ରାକୃତିକ ବିତ୍ପାତ ଘଟିବ । ଲୋକମାନେ ସତ୍ୟ ଧର୍ମ ଓ ନ୍ୟାୟରେ ରହି କାମ କରିବା ପାଇଁ ଜ୍ୟୋତିର୍ବିଦମାନେ ପରାମର୍ଶ ପ୍ରଦାନ କରିଛନ୍ତି ।

ପୃଥିବା ଆଡକୁ ମାଡ଼ି ଆସୁଥିବା ଗ୍ରହାଣୁ ପିଣ୍ଡର ବୟସ ୪୬୦ କୋଟି ବର୍ଷ ହେବ । ଅତୀତରେ ପୃଥିବୀ ସହିତ ଏକାଧିକ ଗ୍ରହାଣୁ ପିଣ୍ଡ ପିଟି ହୋଇଛନ୍ତି । ତା’ କାରଣରୁ ଡାଇନୋସର ଭଳି ବିଶାଳ ଜନ୍ତୁ ଲୋପ ପାଇଛି । ପୃଥିବୀ ପୃଷ୍ଠରେ ବିରାଟ ହ୍ରଦ ସୃଷ୍ଟି ହୋଇଛି ।

୧୯୯୯ ଅକ୍ଟୋବର ମାସ ଶେଷ ସପ୍ତାହରେ ଓଡ଼ିଶାରେ ମହାବାତ୍ୟା ହୋଇଥିଲା । ଘଂଟାକୁ ୩୦୦ କିଲୋମିଟର ବେଗରେ ପବନ ବହିଥିଲା । ଅକ୍ଟୋବର ମାସଟି ଓଡ଼ିଶାକୁ କୌଣସି ମହାବିପଦରେ ପକାଇ ନଦେଉ । ଅକ୍ଟୋବର ମାସଟି ଓଡ଼ିଶାବାସୀଙ୍କ ପାଇଁ ମଙ୍ଗଳମୟ ହେଉ । ଦୁର୍ଗତିନାଶିନୀ ମା’ ଦୁର୍ଗା, ମା’ ମହାଲକ୍ଷ୍ମୀ ଓଡ଼ିଶାବାସୀଙ୍କ ପ୍ରତି ଶୁଭଦାୟିନୀ ହୁଅନ୍ତୁ । ଏତିକି ପ୍ରାର୍ଥନା ସାକ୍ଷୀ ନ୍ୟୁଜ ବ୍ୟୁରୋ ।