ଚେନ୍ନାଇ: ୨୦୨୫-୨୬ ବଜେଟ ପୁସ୍ତିକାର ପ୍ରମୁଖ ଭାଗରେ ତାମିଲ ଭାଷା ବ୍ୟବହାର କରି ଷ୍ଟାଲିନ ସରକାର କେନ୍ଦ୍ର ସରକାରଙ୍କୁ ଏକ ପ୍ରକାର ଚାଲେଂଜ କରିଛନ୍ତି । ଏଭଳି ଆଭିମୁଖ୍ୟ ପୋଷଣ କରି ତାମିଲ ସରକାର କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷା ନୀତିକୁ ନାପସନ୍ଦ କରିଛନ୍ତି ।
ଦିନକୁ ଦିନ ତାମିଲନାଡୁ ସରକାରଙ୍କ ସହିତ ମୋଦି ସରକାରଙ୍କ ବିବାଦ ଘନେଇବାକୁ ଲାଗିଛି । ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ତାମିଲନାଡୁ ସରକାରଙ୍କ ଉପରେ ଚାପ ପକାଇ ହିନ୍ଦୀ ଭାଷା ପଢ଼ାଇବାର ଅପପ୍ରୟାସ କରୁଛନ୍ତି । ବିଜେପିର ଗେରୁଆ ନୀତିକୁ ତାମିଲନାଡୁ ଗ୍ରହଣ କରିପାରିବନି । ଦେଶର ବିକାଶିତ କରିବା ବାଟରେ ଏକମାତ୍ର ହିନ୍ଦୀ ଭାଷାକୁ ପ୍ରାଥମିକତା ଦେଲେ ଚଳିବନି ।