ଭାରସାମ୍ୟ ହୋରାଇ ବସ୍ତିରେ ପଶିଗଲା ଟ୍ରକ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ଅନ୍ତର୍ଗତ ୧ ନମ୍ୱର ୱାର୍ଡ କଳାପାହାଡ ତଲକ ହୋଟିଂ ବସ୍ତିରେ  ଦିବା ୨  ଘଟିକା ପାଖା ପାଖି ଭାରସାମ୍ୟ ହରାଇ ଏକ ଟ୍ରକ ପଶିଯାଇଛି । ପ୍ରକାଶ ଥାଉ କି  ଗାଡି ନମ୍ବର ଓଡ଼ି14AA6940  କାଶିଆ ଖଣି ରୁ ଆଇରନ ବୋଝେଇ କରି  ଜିନ୍ଦଲ ପ୍ଲାଣ୍ଟ ଅଭିମୁଖେ ୫୨୦ ନମ୍ୱର ଜାତୀୟରାଜପଥରେ ଯାଉଥିବା ବେଳେ ହଟାତ ଭାରସାମ୍ୟ ହରାଇ ବାମରୁ ଡାହାଣ ଦିଗ ପଟେ ଯାଇ ସିଧାସଳଖ ବସ୍ତି ର ଜଣଙ୍କ ଘର ବାଡିପଟେ ପଶିଯାଇଥିଲା । ତେବେ ଏହି ଦୁର୍ଘଟଣାରେ  ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ବସ୍ତି ଲୋକେ ବିପଦ ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖବର ପାଇ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭର କୁ ଉଦ୍ଧାର କରିବା ସହ ଟ୍ରାଫିକ ନିୟନ୍ତ୍ରଣ କରିଥିଲେ । ଖଣି ଅଞ୍ଚଳରେ ଡ୍ରାଇଭର ମାନେ ବେପରୁଆ ଭାବେ ଗାଡି ଚଳେଇବା ଦୁର୍ଘଟଣା ର ମୁଖ୍ୟ କାରଣ , ପ୍ରଶାସନ  ନିୟମ କୁ ଆହୁରି କଡା କୋଡ଼ି ଭାବେ ଲାଗୁ କଲେ ହିଁ ଦୁର୍ଘଟଣା ଅଙ୍କୁଶ ଲାଗିବ ବୋଲି  ସାଧାରଣ ରେ  ଚର୍ଚ୍ଚା ହେଉଛି ।