ଗୁଣ୍ଡୁଣିଆଁ ରଞ୍ଜେଇଶୁଣି ଉଚ୍ଚ ବିଦ୍ୟାଳୟ ୫ଟି କାମରେ ବ୍ୟାପକ ଦୁର୍ନୀତି ତଦନ୍ତ ଦାବୀ

ଉଚ୍ଚ ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ସଜାଡ଼ିବା ସହ ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ର ଛାତ୍ରୀଙ୍କୁ ଆକୃଷ୍ଟ କରିବା ଓ ବିଦ୍ୟାଳୟ ଗୁଡିକର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଲକ୍ଷରେ ପୂର୍ବ ସରକାର ୫ଟି ଯୋଜନାରେ ପ୍ରତି ଉଚ୍ଚ ବିଦ୍ୟାଳୟ ଗୁଡିକୁ ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେବାଥିଲେ ଏଥି ସହିତ ଜିଲ୍ଲା ଖଣିଜ ପାଣ୍ଠି ସହିତ ବହୁ ଯୋଜନାରୁ ଅର୍ଥ ଯୋଗାଇ ଦେଇ ବିଦ୍ୟାଳୟ ଗୁଡିକର ନବକଳେବର କରାଯିବାର ଯୋଜନା କରିଥିବା ବେଳେ ଏହି ଯୋଜନାରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ଝୁମ୍ପୁରା ବ୍ଲକରେ ବ୍ୟାପକ ଦୁର୍ନୀତି ହେଵା ନେଇ ଅଭିଯୋଗ ହେବା ସହ ଏହାର ତଦନ୍ତ ପାଇଁ ଦାବୀ ହେଉଛି ।

ଚମ୍ପୁଆ ଉପଖଣ୍ଡ ଝୁମ୍ପୁରା ବ୍ଲକ ଗୁଣ୍ଡୁଣିଆଁ ରଞେଇଶୁଣି ଉଚ୍ଚ ବିଦ୍ୟାଳୟ ଭିତ୍ତିଭୂମି ସୁଦୃଢ ଲକ୍ଷ୍ୟରେ ୨୦୨୩-୨୦୨୪ ଆର୍ଥିକ ବର୍ଷରେ ଏହି ବିଦ୍ୟାଳୟକୁ ୫ଟି ଯୋଜନାରେ ସାମିଲ କରାଯାଇ ଲକ୍ଷାଧିକ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିଲା । ବିଦ୍ୟାଳୟ ପାଚେରୀ, ବଗିଚା, ସୌନ୍ଦର୍ଯ୍ୟ କରଣ, ପାର୍କ, ଆଦି ନିର୍ମାଣ ପାଇଁ ଏହି ଅନୁଦାନ ଯୋଗାଇ ଦିଆ ଯାଇଥିବାବେଳେ ସେହି ଆର୍ଥିକ ବର୍ଷରେ ଜିଲ୍ଲା ଖଣିଜ ପାଣ୍ଠିରୁ ୨ ଗୋଟି ସ୍କୁଲ ବିଲଡିଂ, ବିଜ୍ଞାନ ଲ୍ୟାବ, ଆଇଟିସି ଲାବୋରେ୍ଟୋରୀ ଓ ଛାତ୍ର ଛାତ୍ରୀ କଂ ପାଇଁ ପାଇଖାନା ଆଦି ପାଇଁ ନିର୍ମାଣ ପାଇଁ ପ୍ରାୟ ୯୨ଲକ୍ଷ ୬୬ହଜାର ଟଙ୍କା ଯୋଗାଇ ଦିଆଯାଇଥିଲା । ବିଭାଗୀୟ କାର୍ଯ୍ୟଦେଶରେ ଏହି କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇ ଅନୁଦାନ ହରିଲୁଟ ହୋଇଥିବା ଅଭିଯୋଗ ହେଇଛି ।

୫ଟି କାର୍ଯ୍ୟରେ ଫେବର ବ୍ଲକ, ବଗିଚା, ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଅଧ ପନ୍ତରିଆ ଭାବେ ପଡି ରହିଥିବା ବେଳେ ଜିଲ୍ଲା ଖଣିଜ ପାଣ୍ଠିରୁ ଯୋଗାଇ ଦିଆଯାଇ ଥିବା ଅନୁଦାନରେ ନିମ୍ନମାନର ତଥା ଅଧ ପନ୍ତରିଆ କାମ ଏବେ ଝୁମ୍ପୁରା ବ୍ଲକରେ ଦୁର୍ନୀତିର ବିକଳ ଚିତ୍ରକୁ ସାମ୍ନାକୁ ଆସିଛି । ବିନା ଟାଙ୍କିରେ ପାଇଖାନା ନିର୍ମାଣ ଯୋଗୁଁ ପାଇଖାନା ଗୁଡିକ ଛାତ୍ର ଛାତ୍ରୀଙ୍କ କାମରେ ଲାଗି ପାରୁନଥିବା ବେଳେ ଲକ୍ଷ ଲକ୍ଷ ଟକାଂ ଖର୍ଚ୍ଚ ପରେ ମଧ୍ୟ ଛାତ୍ର ଛାତ୍ରୀ ଶୌଚ ହେବାକୁ ସ୍କୁଲ ପଛ ପଟକୁ ଥିବା ଜଙ୍ଗଲକୁ ଯିବାକୁ ବାଧ୍ୟ ହେଉଛନ୍ତି । ସେହିପରି ଆଇଟିସି ଲ୍ୟାବ ଓ ବିଜ୍ଞାନ ଲ୍ୟାବ ମଧ୍ୟ ଅଧପନ୍ତରିଆ ଭାବେ ପଡ଼ିରହିଛି। କେବଳ ଗୃହ ନିର୍ମାଣ କରାଯାଇ ଭିତର କାମ କରାଯାଇ ନ ଥିବାରୁ ଏଗୁଡିକ ପିଲାଙ୍କ କାର୍ଯ୍ୟରେ ଲାଗିପାରୁନାହିଁ । ଏହି ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀରେ ୭୭ଜଣ ଛାତ୍ର ଛାତ୍ରୀ ପାଠ ପଢୁ ଥିବା ବେଳେ ୩୦ଜଣ ଛାତ୍ର ବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢୁଛନ୍ତି ।

ପାଇଖାନା ଓ ଶୌଚାଳୟ ଅଭାବରୁ କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ଛାତ୍ର ଛାତ୍ରୀ ଜଙ୍ଗଲକୁ ଶୌଚ ହେବାକୁ ଯିବା ଏହି ବ୍ଲକରେ 5ଟି ଯୋଜନାରେ ବ୍ୟାପକ ଦୁର୍ନୀତିକୁ ସ୍ପଷ୍ଟ କରୁଥିବା ବେଳେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଅଭିଭାବକ ମହଲରୁ ଦାବୀ ହେଉଛି । ଏହାକୁ ନେଇ ଝୁମ୍ପୁରା ବିଡ଼ିଓଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରିଥିଲେ ହେଁ ମୋବାଇଲ ଫୋନ ରିସିଭ କରୁ ନ ଥିବାରୁ ମତାମତ ମିଳି ପାରିନାହିଁ ଏପଟେ ଏହି ପଞ୍ଚାୟତର ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ମୁଁ ଏଠାକୁ ଆସିବା ପୂର୍ବରୁ ଏହି କାର୍ଯ୍ୟ ହୋଇଅଛି ବେlଲି ସଫେଇ ଦେଇଥିବା ବେଳେ ସେତେବେଳର ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ରାଜଲଷ୍ମୀ ସିଂଙ୍କୁ ଯୋଗାଯୋଗ କରାଯିବାରୁ ମୁଁ ସେ ବ୍ଲକରୁ ଛାଡି ସାରିଛି ବର୍ତମାନ କଣ ହୋଇଛି ତାହା କହି ପାରିବି ନାହିଁ ବୋଲି ସଫେଇ ଦେଇ ଛନ୍ତି ।

ଏହି ସ୍କୁଲ କାମରେ ବ୍ୟାପକ ଦୁର୍ନୀତି ଏବେ ଅଭିଭାବକ ମହଲରେ ଅସନ୍ତୋଷ କୁ ପୁଞ୍ଜିଭୁତ କରୁଛି । ଅନ୍ୟ ପଟେ ସେତେବେଳର ଝୁମ୍ପୁରା ବ୍ଲକର ବିଡ଼ିଓ ଦାୟିତ୍ୱରେ ଥିବା ଉମାକାନ୍ତ ପରିଡା ବର୍ତମାନର ଚମ୍ପୁଆ ଉପଜିଲ୍ଲାପାଳ ଦାୟିତ୍ୱରେ ଅବସ୍ଥାପିତ ଥିବାବେଳେ ତାଙ୍କ କାର୍ଯ୍ୟ କାଳ ସମୟରେ ହୋଇଥିବା ଏହି ଦୁର୍ନୀତିର ସେ କିପରି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଛି ।