Odisha Govt. inaction: ଚାଉଳ ଜମା କରିନାହାନ୍ତି ଅଧିକାଂଶ ମିଲର ।
ଆଗାମୀ ଦିନରେ ଚାଷୀଙ୍କ ନିକଟରୁ ଧାନ କିଣିବେ ସରକାର । ମିଲରଙ୍କ ନିକଟରେ ୩୧ ଭାଗ ଚାଉଳ ଜମା ରହିଛି ।
ବିଶେଷ କରି ବରଗଡ଼, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାର ମିଲରମାନେ ନିର୍ଦ୍ଧାରିତ ସମୟ ଭିତରେ ଚାଉଳ ଜମା କରିନାହାନ୍ତି ।
ମୋହନ ସରକାରଙ୍କ ଶାସନର ଗତିବିଧି ବଡ଼ ବିଚିତ୍ର । ନବୀନ ପଟ୍ଟନାୟକଙ୍କ କାଇଦା ମୁତାବକ ଶାସନ ଚାଲିଛି ।
ଚଳିତ ବର୍ଷର ଖରିଫ ଧାନ ରଖିବାକୁ ଜାଗା ନାହିଁ । କେନ୍ଦ୍ର ସରକାରଙ୍କ ତରଫରୁ ରାଜ୍ୟ ଯୋଗାଣ ବିଭାଗ ଧାନ ସଂଗ୍ରହ କରିଥାଏ ।
ପଞ୍ଜୀକୃତ ମିଲରଙ୍କ ନିକଟକୁ ଧାନ ପଠାଇଥାଏ ରାଜ୍ୟ ଯୋଗାଣ ବିଭାଗ । ଧାନରୁ ଚାଉଳ ବାହାର କରି ଯୋଗାଣ ବିଭାଗ ଗୋଦାମ ଓ ଏଫସିଆଇ ଭଣ୍ଡାର ନିକଟରେ ଚାଉଳ ଜମା କରିବା ପାଇଁ ମିଲରଙ୍କୁ ତିନିମାସ ମହଲତ ଦିଆଯାଏ ।
କେଉଁ ପରିସ୍ଥିତିରେ ପଡ଼ି ମିଲରମାନେ ତିନିମାସ ଭିତରେ ସରକାରଙ୍କ ନିକଟରେ ଚାଉଳ ଜମା କଲେନି, ସେଥିପାଇଁ କାହାକୁ ଦାୟୀ କରାଯିବ? ସରକାରୀ ଅଧିକାରୀଙ୍କୁ ଅବା ମିଲରଙ୍କୁ?