Nuapada Bye-election: ବିଜେପି ନିର୍ବାଚନ ପ୍ରଚାରରେ ମୋହନ ଚରଣ ମାଝିଙ୍କ ପରିଚୟ
Nuapada Bye-election: ବିଜେପି ନିର୍ବାଚନ ପ୍ରଚାରରେ ମୋହନ ଚରଣ ମାଝିଙ୍କ ପରିଚୟ
ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଭିତରେ ନିର୍ବାଚନ ପ୍ରଚାର କାର୍ଯ୍ୟରେ କ୍ଷମତାସୀନ ଦଳ ବା ମେଂଟର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଗଣ ଯୋଗଦାନ କରିବା କେତେଦୂର ଯୁକ୍ତିସଂଗତ?
ବିହାର ବିଧାନସଭା ନିର୍ବାଚନ ପ୍ରଚାର କାର୍ଯ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହୋଇଛନ୍ତି ।
ନୂଆପଡ଼ା ଉପନିର୍ବାଚନ ପ୍ରଚାର କାର୍ଯ୍ୟରେ ଯୋଗଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।
ଜଣେ ମୁଖ୍ୟମନ୍ତ୍ରୀ ଭାବରେ ମୋହନ ଚରଣ ମାଝି ନୂଆପଡ଼ା ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ନା ଜଣେ ବିଜେପି ନେତା ଭାବେ ସେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଛନ୍ତି ।
ଭାରତର ସମ୍ବିଧାନରେ ସେପରି କୌଣସି ଧାରା ଉଲ୍ଲେଖ କରାଯାଇନି ଯୋଉ ଧାରା ବଳରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନ ପ୍ରଚାର କାର୍ଯ୍ୟରୁ ଦୂରତ୍ୱ ରକ୍ଷା କରିବାକୁ ପଡ଼ିବ ।
ସମ୍ବିଧାନ ପ୍ରଣେତାମାନେ ନିର୍ବାଚନ ପ୍ରଚାର ବିଷୟ ପ୍ରତି ସେତେ ଗୁରୁତ୍ୱ ଦେଇ ନଥିଲେ । ମାତ୍ର ସମୟ ଅନୁସାରେ ଯଦି ସମ୍ବିଧାନ ସଂଶୋଧନ କରାଯାଇପାରୁଛି ।
ତେବେ ଆଗାମୀ ଦିନରେ ସମ୍ବିଧାନକୁ ସଂଶୋଧନ କରାଯାଇ ନିର୍ବାଚନ ପ୍ରଚାର କାର୍ଯ୍ୟରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ବାଦ ଦିଆ ଯାଇପାରିବ ।
ଭାରତର ପ୍ରଧାନମନ୍ତ୍ରୀ କ୍ଷମତା ଉପଭୋଗ କରୁଥିବା ବ୍ୟକ୍ତି ଦଳୀୟ ରାଜନୀତିରୁ ଊଦ୍ଧ୍ୱର୍ରେ ରହି କାମ କରିବା ଦରକାର ।
ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସାଂସଦ ନରେନ୍ଦ୍ର ମୋଦୀ । ଏ ତିନୋଟି ଭିନ୍ନ ଭିନ୍ନ ଚରିତ୍ରକୁ ଏକା ସମୟରେ ତୁଲାଉଛନ୍ତି ନରେନ୍ଦ୍ର ମୋଦୀ ।
ସାଂସଦ ନରେନ୍ଦ୍ର ମୋଦୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିତରୁ କିଏ ଅଧିକ କ୍ଷମତାଶାଳୀ? ନିଶ୍ଚିତ ରୂପେ ପ୍ରଧାନମନ୍ତ୍ରୀ ।
ସାଂସଦ ନରେନ୍ଦ୍ର ମୋଦୀ ଗୋଟିଏ ଲୋକସଭା ଆସନକୁ ପ୍ରତିନିଧିତ୍ୱ କରୁଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଭାରତକୁ ପ୍ରତିନିଧିତ୍ୱ କରୁଛନ୍ତି ।
ଭାରତରେ ନରେନ୍ଦ୍ର ମୋଦୀଙ୍କ ପରିଚୟ ହେଉଛି ସେ ଭାରତର ପ୍ରଧାନମନ୍ତ୍ରୀ ।
ଭାରତର ପ୍ରଧାନମନ୍ତ୍ରୀ ହୋଇ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର କାର୍ଯ୍ୟରେ ଯୋଗଦାନ କରିବା ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଅପମାନ ।
ସମାନ ଦୃଷ୍ଟିକୋଣରୁ ମୋହନ ଚରଣ ମାଝି ନୂଆପଡ଼ା ଯାଇ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାରରେ ଯୋଗଦାନ କରିପାରନ୍ତି ।
ମାତ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିଜକୁ ଦଳୀୟ ମାନସିକତା ଠାରୁ ଊଦ୍ଧ୍ୱର୍ରେ ରହି ପ୍ରଚାର କାର୍ଯ୍ୟରୁ ଦୂରେଇ ରହିବା ଉଚିତ ।