ଯନ୍ତ୍ରଣା ନିବାରଣକାରୀ ଔଷଧ ଉପରେ ସରକାରୀ କଟକଣା

ଭାରତରେ ଯନ୍ତ୍ରଣା କିମ୍ବା ଜ୍ୱର ଭଳି ଛୋଟମୋଟ ….

ନୂଆଦିଲ୍ଲୀ: ଭାରତରେ ଯନ୍ତ୍ରଣା କିମ୍ବା ଜ୍ୱର ଭଳି ଛୋଟମୋଟ ସମସ୍ୟାର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ପେନ୍‌କିଲର ଉପରେ କଟକଣା। ସର୍ବାଧିକ ବ୍ୟବହୃତ ନିମେସୁଲାଇଡ୍‌ (ଘସଜ୍ଞରଗ୍ଦଙ୍କକ୍ଷସୟର) ସମ୍ପର୍କରେ ଏକ ବଡ଼ ନିଷ୍ପତି ନିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୧୦୦ ମିଲିଗ୍ରାମରୁ ଅଧିକ ଡୋଜ୍‌ ଥିବା ‘ନିମେସୁଲାଇଡ୍‌’ ଓରାଲ ମେଡିସିନ୍‌ର ତିଆରି ଏବଂ ବିକ୍ରୟ ଉପରେ ସମ୍ପୂର୍ଣ୍ଣ ନିଷେଧ ଘୋଷଣା କରିଛି। ଜନସ୍ୱାର୍ଥ ଏବଂ ସ୍ୱାସ୍ଥ୍ୟଚିନ୍ତାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି। ଏଥିରୁ ସୃଷ୍ଟି ହେଉଥିବା ପାର୍ଶ୍ୱ ପ୍ରତିକ୍ରିୟାରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଏହି ନିମେସୁଲାଇଡ୍‌ ଏକ ନନ୍‌-ଷ୍ଟେରୋଏଡାଲ୍‌ ଆଂଟି-ଇନ୍‌ଫ୍ଲାମେଟୋରୀ ଔଷଧ ଯାହା ସାଧାରଣତଃ ଯନ୍ତ୍ରଣା, ଫୁଲା ଏବଂ ଜ୍ୱରକୁ କମାଇବା ପାଇଁ ବ୍ୟବହୃତ ହୁଏ।

ତଥାପି, ଏହାର ସାଇଡ୍‌ ଇଫେକ୍ଟ ଯୋଗୁଁ, ଏହା ଉପରେ ଅନେକ ଦେଶରେ କଠୋର କଟକଣା ଲଗାଯାଇଛି। ଭାରତରେ ଏହାର ସମ୍ପୂର୍ଣ୍ଣ ନିଷେଧ ପୂର୍ବରୁ, ପିଲାମାନଙ୍କୁ ଏହାକୁ ଖାଇବାକୁ କଟକଣା ଲଗାଯାଇଥିଲା। ହେଲେ ଏବେ ୧୦୦ ମିଲିଗ୍ରାମ୍‌ରୁ ଅଧିକ ଡୋଜ୍‌ର ଓରାଲ ମେଡିସିନ୍‌କୁ ସମ୍ପୂର୍ଣ୍ଣ ଭାବରେ କଟକଣା ଲଗାଇ ଦିଆଯାଇଛି।

ନିମେସୁଲାଇଡ୍‌ ସେବନ କାରଣରୁ ନାନା କୁପ୍ରଭାବ ଦେଖିବାକୁ ମିଳିଛି। ଏହାକୁ ସେବନ କରିବା ପରେ କିଛି ରୋଗୀ ପେଟ ସମସ୍ୟା ଯେପରିକି ଗ୍ୟାସ୍‌, ଏସିଡିଟି, ପେଟ ଯନ୍ତ୍ରଣା, ବାନ୍ତି ଏବଂ ଡାଇରିଆର ଶିକାର ହୋଇଥିବା କହିଛନ୍ତି। ସବୁଠାରୁ ଗୁରୁତର ବିଷୟ ହେଉଛି, ନିମେସୁଲାଇଡ୍‌ ବ୍ୟବହାର କରିବା ଫଳରେ ଲିଭର ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଲିଭର ଏନଜାଇମ ବୃଦ୍ଧି, ହେପାଟାଇଟିସ୍‌ ଏବଂ ଗୁରୁତର ଭାବରେ ଲିଭର କ୍ଷତି କରିଥାଏ। ବୟସ୍କ ଏବଂ ପିଲାମାନେ ଅଧିକ ବିପଦରେ ଥାଆନ୍ତି କାରଣ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ।
ଆଲର୍ଜି ରିଆକ୍ସନ ଯେପରିକି ଚର୍ମରେ ଫଳିଯିବା, କୁଣ୍ଡେଇ କିମ୍ବା ଶ୍ୱାସକ୍ରିୟା ଚଳାଚଳରେ କଷ୍ଟ ହୋଇଥାଏ। ଦୀର୍ଘଦିନ ଧରି ନିମେସୁଲାଇଡ୍‌ ବ୍ୟବହାର କଲେ, କିଡନୀ ଉପରେ ଜଟିଳ ପ୍ରଭାବ ପଡ଼ିଥାଏ।