ପରଜଙ୍ଗ: ମାର୍ଚ୍ଚ ମାସରୁ ଖରା ପ୍ରକୋପ ବୃଦ୍ଧି ପାଇଲାଣି। ଢେଙ୍କାନାଳ ମହାବିରୋଡ୍ ବନାଂଚଳ ଅନ୍ତର୍ଗତ ଜଙ୍ଗଲରେ ନିଆଁ ଲାଗିଲାଣି। ଫଳରେ ଜଙ୍ଗଲରେ ଥିବା ବହୁ ମୂଲ୍ୟବାନ ବୃକ୍ଷଠାରୁ ଆରମ୍ଭ କରି ଔଷଧୀୟ ବୃକ୍ଷ ପର୍ଯ୍ୟନ୍ତ ଜଳିପୋଡ଼ି ନଷ୍ଟ ହୋଇଯାଉଛି। ଜଙ୍ଗଲ ନିଆଁକୁ ଲିଭାଇବା ଓ ପରିବେଶ ସୁରକ୍ଷା ପାଇଁ ଅଂଟା ଭିଡ଼ିଛନ୍ତି ମହାବିରୋଡ୍ ଏକ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ନବୀନ କୁମାର ସାହୁ।
ମହାବିରୋଡ୍ ବନାଂଚଳ ଗତରେଇ ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲୀ ଜୀବଜନ୍ତୁ ବିପଦରେ ପଡ଼ିଥିବା ଓ ବହୁ ଔଷଧୀୟ ବୃକ୍ଷ ନଷ୍ଟ ହେଉଥିବା ଖବର ପାଇ ନବୀନ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିବା ସହ ପରିବେଶକୁ ସୁରକ୍ଷା ଯୋଗାଇଦିଅନ୍ତି। ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ନବୀନ ଜଙ୍ଗଲ ନିଆଁକୁ ଲିଭାଇବା ସହ ବନବିଭାଗକୁ ଖବର ଦେଇ ନିଆଁକୁ ନିୟନ୍ତ୍ରଣ କରିପାରୁଛନ୍ତି।