ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ୧୦୦୦ ଟଙ୍କା ପାର୍‌

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବାରୁ ଭାରତୀୟ …….

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବାରୁ ଭାରତୀୟ ରୋଷେଇ ଘର ଉପରେ ତା’ର ପ୍ରଭାବ ପଡ଼ିଛି। ମାର୍ଚ୍ଚ ୭ ତାରିଖରୁ ଗ୍ୟାସ ମୂଲ୍ୟ ଆକାଶଛୁଆଁ ହୋଇଛି ଏବଂ ଅନେକ ସହରରେ ଅଭାବ ରିପୋର୍ଟ ସାମ୍ନାକୁ ଆସିବାରେ ଲାଗିଛି।

୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡରର ମୂଲ୍ୟରେ ୬୦ ଟଙ୍କା ବୃଦ୍ଧି କରାଯାଇଛି, ଏବଂ ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟରେ ୧୪୪ ଟଙ୍କା ବୃଦ୍ଧି କରାଯାଇଛି। ଘରୋଇ ସିଲିଣ୍ଡର ମୂଲ୍ୟ ଏବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୯୩୯ ଟଙ୍କା ରହିଛି। ରାଜଧାନୀ ଦିଲ୍ଲୀରେ ୯୧୩, ମୁମ୍ବାଇରେ ୯୧୨.୫୦, କୋଲକାତାରେ ୯୩୯ ଏବଂ ଚେନ୍ନାଇରେ ୯୨୮.୫୦ ରହିଛି। ପାଟନାରେ ୧୦୦୦ରୁ ଅଧିକ ମୂଲ୍ୟରେ ଖଚଏ ମିଳୁଛି। ସରକାରଙ୍କ ପ୍ରୟାସ ସତ୍ୱେ, ବୁକିଂ ହୋଇ ନଥିବା ଖଚଏ ସିଲିଣ୍ଡର ବଜାରରେ ୧୨୦୦ ରୁ ୧୫୦୦ ଟଙ୍କାରେ ମଧ୍ୟରେ ମିଳୁଛି।