କ୍ଷେତ୍ରୀୟ ଆଥଲେଟିକ୍‌ରେ ତୁରୁମୁଙ୍ଗା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଚମତ୍କାର ସଫଳତା

କେନ୍ଦୁଝର(ସାକ୍‌ସୀ ନ୍ୟୁଜ୍‌): ପଶ୍ଚିମବଙ୍ଗର କେଶିଆଡ଼ିଠାରେ ଅନୁଷ୍ଠିତ କ୍ଷେତ୍ରୀୟ ଆଥଲେଟିକ୍ ପ୍ରତିଯୋଗିତାରେ ତୁରୁମୁଙ୍ଗା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଦୁଇ ଛାତ୍ରୀ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି। ନବମ ଶ୍ରେଣୀର ଭଉଣୀ ଅର୍ଚ୍ଚିତା ସିଂହ ୩୦୦୦ ମିଟର(୩କି.ମି.)ଦୌଡ଼ରେ ଏବଂ ଦଶମ ଶ୍ରେଣୀର ଲିକି ରାଣୀ ମହାନ୍ତ ୮୦୦ ମିଟର ଦୌଡ଼ରେ ପ୍ରଥମ ସ୍ଥାନ ହାସଲ କରି ବିଦ୍ୟାଳୟର ଗୌରବ ବଢ଼ାଇଛନ୍ତି।ଦୁଇ କୃତୀ ଛାତ୍ରୀଙ୍କ ଏହି ସଫଳତା ପାଇଁ ବିଦ୍ୟାଳୟ ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।

ବିଦ୍ୟାଳୟର ସମ୍ପାଦକ ଅଶୋକ କୁମାର ସାହୁ, ପ୍ରଧାନ ଆଚାର୍ଯ୍ୟ ଚିତ୍ତରଞ୍ଜନ ମହାନ୍ତ ଓ ଶାରୀରିକ ପ୍ରମୁଖ ସୁରେଶ ଚନ୍ଦ୍ର ମହାନ୍ତଙ୍କ ଉପସ୍ଥିତିରେ ଏହି ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଦୁଇ ପ୍ରତିଭାବାନ ଛାତ୍ରୀ ଆଗାମୀ ଦିନରେ ଉତ୍ତରପ୍ରଦେଶର ଗାଜିୟାବାଦସ୍ଥିତ ନେହେରୁ ନଗରଠାରେ ଅନୁଷ୍ଠିତ ହେବାକୁ ଥିବା ଅଖିଳ ଭାରତୀୟ ଖେଳକୁଦ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି ।

ଏହି ସଫଳତାରେ ବିଦ୍ୟାଳୟ ପରିବାର ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ଦୁଇ ଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବିଦ୍ୟାଳୟ ପରିବାର ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। କେନ୍ଦୁଝର ରୁ ଅଞ୍ଜନ କୁମାର ରଣା ଙ୍କ ରିପୋର୍ଟ ।