ଡୁମ୍ବେରବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳନ
ଡୁମ୍ବେରବାହାଲ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ….
ବରଗଡ,(ସାକ୍ସୀ ନ୍ୟୁଜ୍): ଡୁମ୍ବେରବାହାଲ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେପ୍ଟେମ୍ବର ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଛି। ଏହି ଅବସରରେ ବିଦ୍ୟାଳୟ ପରିସରକୁ ସ୍ୱଚ୍ଛ ଓ ପରିଚ୍ଛନ୍ନ ରଖିବା ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱଚ୍ଛତା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି।
ସେପ୍ଟେମ୍ବର ୧ ତାରିଖରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ହୃଷୀକେଶ ବାଗଙ୍କ ସଭାପତିତ୍ୱରେ ସ୍ୱଚ୍ଛତା ପକ୍ଷ ପାଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବିଦ୍ୟାଳୟର ଶିକ୍ଷକ ଶ୍ରୀ ବାବୁଲାଲ ଧରୁଆ, ଶ୍ରୀ ସୁଦାମ କନ୍ଧେର, ଶ୍ରୀ ଶୌତମ ଛତର, ଶ୍ରୀ ଡେଜଲିଙ୍ଗ ଦନ୍ତା ଓ ଶ୍ରୀମତୀ ମୌସୁମୀ ପ୍ରଧାନ ସହଯୋଗ କରିଥିଲେ।
ସ୍ୱଚ୍ଛତା ପ୍ରତି ସମସ୍ତଙ୍କୁ ସଚେତନ କରିବା ସହ ବିଦ୍ୟାଳୟ ଓ ଏହାର ଆଖପାଖ ପରିବେଶକୁ ପରିଷ୍କାର ରଖିବା ପାଇଁ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଆହ୍ୱାନ ଦେଇଥିଲେ। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ୱଚ୍ଛତାମୂଳକ କାର୍ଯ୍ୟକ୍ରମ ଜାରି ରହିବ।