ଧମାଲ କରୁଛି ‘ହନୁମାନ ଅଂଶ’। ୨ କୋଟି ଟଙ୍କାର ବଜେଟ୍ ଫିଲ୍ମ ଏବେ ୫୦୦ କୋଟି ଟଙ୍କାର ଫିଲ୍ମକୁ ଟକ୍କର ଦେଇଛି । ‘ହନୁମାନ ଅଂଶ’ ଏପରି ମ୍ୟାଜିକ୍ କରିବ ବୋଲି ନିଜେ ନିର୍ଦ୍ଦେଶ ବି କଳ୍ପନା କରିନଥିଲେ । ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷର ସବୁଠାରୁ ସଫଳ ହିନ୍ଦୀ ଚଳଚ୍ଚିତ୍ର ।ହନୁମାନ ଅଂଶ ୨ କୋଟି ଟଙ୍କା ବଜେଟରେ ୬୦ କୋଟି ଟଙ୍କାର ବ୍ୟବସାୟ କରିଛି । ‘ହନୁମାନ ଅଂଶ’ ପାର୍ଟ ୨ ଉପରେ କାମ ଆରମ୍ଭ ହୋଇଯାଇଛି । ଖୁବଶୀଘ୍ର ସିକ୍ୟୁଲ ଆସିବ ବୋଲି ନିଶ୍ଚିତ କରିଛନ୍ତି ନିର୍ଦ୍ଦେଶକ ବିଶାଲ ଚତୁର୍ବେଦୀ ।
‘ହନୁମାନ ଅଂଶ’ ୨ରେ ଦେଖିବାକୁ ମିଳିବ ଏହି କାହାଣୀ-ବଲିଉଡ୍ ହଙ୍ଗାମାର ରିପୋର୍ଟ ଅନୁଯାୟୀ, ନିକଟରେ ହନୁମାନ ଅଂଶଙ୍କ ଟିମ୍ ଆଗ୍ରାର ମଲ୍ଟିପ୍ଲେକ୍ସକୁ ଯାଇଥିଲେ, ଯେଉଁଠାରେ ସେମାନେ ଥିଏଟରରେ ବସିଥିବା ଦର୍ଶକଙ୍କୁ ଭେଟିଥିଲେ । ସେ କହିଛନ୍ତି, ଚଳଚ୍ଚିତ୍ର ଦ୍ୱିତୀୟ ଭାଗରେ ବାବା ନିମ୍ କରୋଲିଙ୍କ ଜନ୍ମସ୍ଥାନ ଫିରୋଜାବାଦ ଉପରେ ଫୋକସ୍ କରାଯିବ । ଏହା ପରେ କାହାଣୀ ଆଗ୍ରା-ମଥୁରା ତାଙ୍କ ଜୀବନକୁ ଦର୍ଶାଇବ ।