ଜୋହେରୀ ମୋଲା ହେଲେ ମିସ୍ ୱାର୍ଲଡ

ଜୋହେରୀ ମୋଲାଙ୍କ ମୁଣ୍ଡରେ ମିସ୍ ୱାର୍ଲଡ ମୁକୁଟ…

୭୩ତମ ମିସ୍ ୱାର୍ଲଡ ବିଜେତା ବନିଛନ୍ତି ଡୋମିନିକାନ ରିପବ୍ଲିକର ମଡେଲ୍ ଜୋହେରୀ ମୋଲା ଡୋମିଙ୍ଗୁଏଜ । ୨୪ ବର୍ଷୀୟା ଜୋହେରୀ ମୋଲାଙ୍କୁ ଗତବର୍ଷର ମିସ୍ ୱାର୍ଲଡ ବିଜୟିନୀ ଥାଇଲାଣ୍ଡର ଓପଲ୍ ସୁଚାତା ଚୁଆଙ୍ଗସରୀ ‘ମିସ୍ ୱାର୍ଲଡ’ ମୁକୁଟ ପିନ୍ଧାଇଛନ୍ତି । ଜୋହେରୀଙ୍କୁ ଓପଲ୍ ଆଲିଙ୍ଗନ କରିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଜୋହେରୀ ଖୁସିରେ କାନ୍ଦି ପକାଇଥିଲେ ।

ମିସ୍ ୱାର୍ଲ୍ଡ ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ଜାହେରୀ ମୋଲା ଜଣେ ସମର୍ପିତ ଶିକ୍ଷାବିତ୍, ସାମାଜିକ ପ୍ରବକ୍ତା ଏବଂ ସଂସ୍କାରକ । ସେ ‘ୟୁନିଭର୍ସିଡାଡ୍ ଆଇବେରୋଆମେରିକାନା’ରୁ ବିଜନେସ ମ୍ୟାନେଜମେଣ୍ଟ ଆଣ୍ଡ ଆଡମିନିଷ୍ଟ୍ରେସନରେ ଡିଗ୍ରୀ ହାସଲ କରିଛନ୍ତି । ସେ ‘ଭଏସେସ୍ ଅଫ୍ ଟୁମୋରୋ’ର ସଂସ୍ଥାପକ ଏବଂ ଅଧ୍ୟକ୍ଷା, ଯାହା ଅବହେଳିତ ସମ୍ପ୍ରଦାୟର ଶିଶୁ ଏବଂ ଯୁବପିଢ଼ିଙ୍କ ପାଇଁ ଇଂରାଜୀ ଶିକ୍ଷାର ସୁଯୋଗ ବୃଦ୍ଧି କରିବା ପାଇଁ କାର୍ଯ୍ୟ କରେ । ଜଣେ ଶିକ୍ଷୟିତ୍ରୀ ଭାବେ ସେ ସମାଲୋଚନାତ୍ମକ ଚିନ୍ତନ ଏବଂ ସାମଗ୍ରିକ ବିକାଶକୁ ଉତ୍ସାହିତ କରିବା ଉପରେ ଧ୍ୟାନ ଦେଇ ଇଂରାଜୀରେ ସାହିତ୍ୟ ଏବଂ ସାମାଜିକ ବିଜ୍ଞାନ ପଢ଼ାଇ ଥାଆନ୍ତି ।