କୋଠାର(ସାକ୍ସୀ ନ୍ୟୁଜ୍): ପ୍ରଧାନମନ୍ତ୍ର ନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମିତ ଶ୍ରୀରାମପୁର-ପତ୍ରିସ ର-ପତ୍ରିସାହି (ଭାୟା ଫତେପୁର) ରେ ପୁର ରାସ୍ତା ଚଳିତ ତ ବନ୍ୟାରେ ସମ୍ପୂର୍ଣ୍ଣ ଧୋଇ ଧାଇଯିବା ପରେ ରାସ୍ତା ମରଣଯନ୍ତା ଯନ୍ତା ପାଲଟିଛି। ଖରାପ ରାସ୍ତାକୁ ନେଇ ସ୍ଥାନୀୟ ନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଶ୍ରୀରାମପୁରରୁ ପତ୍ରିସାହି ଏହି ପର୍ଯ୍ୟନ୍ତ ୩ କିଲୋମିଟର ୨୦୦ ମିଟର ରାସ୍ତାଟି ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ପ୍ରମୁଖ ରାସ୍ତା। ଗତ ବନ୍ୟାରେ ଫତେପୁର ନିକଟରେ ରାସ୍ତା ମଝିରେ ପ୍ରାୟ ୧୦୦ ଫୁଟ ଧୋଇଯାଇ ଘାଇ ସୃଷ୍ଟି ହୋଇଛି ସବୁଆଡେ ବଡ଼ ବଡ଼ ଗର୍ଭ ହେବା ଫଳରେ ଯାତାୟତ କରିବା ସମ୍ଭବ ହେଉନାହିଁ। ଗାଡ଼ି ମୋଟର ଏପରିକି ଆମ୍ବୁଲାସ ଯାଇପାରୁନାହିଁ ।
ରାସ୍ତାଟି ପ୍ରାୟ ଦୁଇ ଭାଗରେ ବିଭକ୍ତ ହୋଇଯାଇଥିବାରୁ ଏହି ଏହି ବାଟ ଦେଇ ଗାଡ଼ିମୋଟର ଯିବା ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି। ଫଳରେ କେତେକ ଗ୍ରାମର ଲୋକେ ହଇରାଣ ହେଉଛନ୍ତି ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ରାସ୍ତା ନିର୍ମାଣ ସମୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇଥିବାରୁ ବନ୍ୟା ସ୍ରୋତରେ ରାସ୍ତାଟି ଧୋଇଯାଇଥିବାରୁ ଲୋକେ ଖରାପ ରାସ୍ତାରେ ଯିବାଆସିବା କରିବାକୁ ହଇରାଣ ହେଉଛନ୍ତି। ନିମ୍ନମାନର ନିର୍ମାଣ କାର୍ଯ୍ୟର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏହାସହ ଯୁଦ୍ଧକାଳୀନ ଭିତ୍ତରେ ରାସ୍ତାର ମରାମତି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।