ଅବ୍ୟବସ୍ଥା, ଅନିୟମିତତା ନେଇ ପ୍ରତିବାଦ

ଦାବି ପୂରଣ ନ ହେଲେ ଆମରଣ ଅନଶନ ଚେତାବନୀ

ପ୍ରତିବାଦ ସଭାରେ ବିରୋଧୀ ଦଳର ନେତା।

ଧାମନଗର: ଭତ୍ତା ବଣ୍ଟନରେ ଅବ୍ୟବସ୍ଥା, ବନ୍ୟା ସହାୟତାରେ ଅନିୟମିତତା ଓ ଚାଷ କ୍ଷୟକ୍ଷତି ଆକଳନରେ ପକ୍ଷପାତିତା ପ୍ରତିବାଦରେ ଧାମନଗର ବ୍ଲକ ପାଳସାହି ପଞ୍ଚାୟତ ଅଧୀନ ବେତାଳିଗାଁ ହାଟରେ ସୋମବାର ଅପରାହ୍ନ ୪ଟାରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପ୍ରତିବାଦ ସଭା କରାଯାଇଛି। ଆଗାମୀ ୧୫ ଦିନ ମଧ୍ୟରେ ଏସବୁ ସମସ୍ୟାର ସମାଧାନ ସହ ଦାବି ପୂରଣ ନ ହେଲେ ଆମରଣ ଅନଶନ କରିବାକୁ ଚେତାବନୀ ଦିଆଯାଇଛି।

ବ୍ୟାଙ୍କ ଖାତା ଜରିଆରେ ଭତ୍ତା ପାଉଥିବା ବହୁ ବୃଦ୍ଧାବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗ ଦୀର୍ଘମାସ ଧରି ଭତ୍ତାରୁ ବଞ୍ଚୁତ ହୋଇଥିବା ସେମାନେ ଅଭିଯୋଗ କରିଥିଲେ। ଏଥିସହ ବନ୍ୟା ରିଲିଫ୍, କ୍ଷତିପୂରଣ ଓ ଚାଷ କ୍ଷୟକ୍ଷତି ଆକଳନରେ ତ୍ରୁଟି ସଂଶୋଧନ ଲାଗି ଦାବି ପ୍ରତିବାଦ ସଭା କରାଯାଇଛି କାଣୀ ନଦୀ ମୁହାଣ ପୋତି ହେବା ସମସ୍ୟାର ସମାଧାନ ନେଇ ମଧ୍ୟ ଉଦ୍‌ବେଗ ପ୍ରକାଶ ପାଇଛି ପ୍ରତିବାଦ ସଭାରେ ରାଜ୍ୟ କୃଷକ ସଭାର ରାଜ୍ୟ ଯୁଗ୍ମ ସମ୍ପାଦକ ବିକାଶ ନାଥ, ସିପିଏମ୍ ନେତା ସତ୍ୟବ୍ରତ ବେହେରା, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ବେହେରା, ବିଜେଡି

ପଞ୍ଚାୟତ ସଭାପତି ବ୍ରଜେନ୍ଦ୍ର କୁମାର ମହାନ୍ତି, ପୂର୍ବତନ ସରପଞ୍ଚ ଅନିଲ କୁମାର ଦାସ, କୃଷକ ନେତା ପୀତବାସ ମହାନ୍ତି ଓ ସିପିଏମ୍ ନେତା ମାର୍କଣ୍ଡ ଜେନା ପ୍ରମୁଖ ଯୋଗ ଦେଇଥିଲେ। ପାଳସାହି ଓ ରଇପୁର ପଞ୍ଚାୟତର ବିଜେଡି, କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳର ନେତା, କର୍ମୀ ଏଥ୍‌ରେ ସାମିଲ ଥିଲେ।