ଗଜଲକ୍ଷ୍ମୀ ପୂଜା ପାଇଁ ଉତ୍ସବମୁଖର ଘାଟକୁଳ

୩୭ ବର୍ଷ ଧରି ଦୁଇଟି ମଣ୍ଡପରେ ପୂଜା ପାଉଛନ୍ତି ମା’

ଧାମନଗର,(ନି.ପ୍ର.): ଗଜଲକ୍ଷ୍ମୀ ପୂଜାକୁ ନେଇ ଉତ୍ସବମୁଖର ହୋଇଉଠିଛି ଧାମ ନଗର ବ୍ଲକ ହସନାବାଦ ପଞ୍ଚାୟତ ଅଧୀନ ପଙ୍ଗଟା ଘାଟକୁଳ ଅଞ୍ଚଳ। ଦୀର୍ଘ ୩୭ ବର୍ଷ ଧରି ଏଠାରେ ଦୁଇଟି ସ୍ୱତନ୍ତ୍ର ମଣ୍ଡପରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆୟୋଜିତ ହୋଇଆସୁଛି। ମା’ଙ୍କ ଆରାଧନା, ଭକ୍ତିମୟ ପରିବେଶ ଓ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ଅଞ୍ଚଳରେ ଆନନ୍ଦ ଓ ଉତ୍ସାହର ମାହୋଲ ସୃଷ୍ଟି ହୋଇଛି। ଏହି ଅବସରରେ ସାର୍ବଜନୀନ ମା’ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଏହି ଉତ୍ସବରେ ସ୍ଥାନୀୟ ଅଞ୍ଚଳର ବହୁ ଜନସାଧାରଣ ଯୋଗଦେଇ ମା’ଙ୍କ ଦର୍ଶନ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆନନ୍ଦ ଉଠାଉଛନ୍ତି। ପୂଜା ମଣ୍ଡପରେ ଭକ୍ତି ଓ ଆଧ୍ୟାତ୍ମିକତାର ପରିବେଶ ରହିଥିବାବେଳେ ଆକର୍ଷଣୀୟ ମୀନାବଜାର ଉତ୍ସବର ଅନ୍ୟତମ ମୁଖ୍ୟ ଆକର୍ଷଣ ପାଲଟିଛି। ମୀନାବଜାରରେ ବିଭିନ୍ନ ସାମଗ୍ରୀ ଓ ମନୋରଞ୍ଜନର ସୁଯୋଗ ଉତ୍ସବକୁ ଆହୁରି ଆକର୍ଷଣୀୟ କରିଛି।

ପୂଜାର ସଫଳ ଆୟୋଜନରେ ସାର୍ବଜନୀନ ମା’ ଗଜଲକ୍ଷ୍ମୀ ପୂଜା କମିଟିର ସଦସ୍ୟ ନିଶିକାନ୍ତ ନାୟକ, ସିମାଞ୍ଚଳ ଦାସ, ଆଶିଷ ଜେନା, ଧରଣୀଧର ବସନ୍ତିଆ, ପ୍ରଦୀପ ମାଝୀ, ସୁଦର୍ଶନ ରାଉତ, ତନ୍ମୟ ମହାପାତ୍ର ଓ ସହଦେବ ମଲ୍ଲିକଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

ସେହିପରି ମା’ ଗଜଲକ୍ଷ୍ମୀ ପୂଜା କମିଟିର ସଦସ୍ୟ ବିଷ୍ଣୁ ବସନ୍ତିଆ, ସୁଶାନ୍ତ ମହାପାତ୍ର ଓ ଅମରେନ୍ଦ୍ର ରାଉତଙ୍କ ସମେତ ସମସ୍ତ କର୍ମକର୍ତ୍ତା ପୂଜା ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଦୀର୍ଘ ୩୭ ବର୍ଷର ପରମ୍ପରାକୁ ବଜାୟ ରଖି ଘାଟକୁଳରେ ଆୟୋଜିତ ଏହି ପୂଜା ଧାର୍ମିକ ଭାବନା ସହିତ ସାମାଜିକ ଏକତା ଓ ଭାଇଚାରାର ବାର୍ତ୍ତା ପ୍ରଦାନ କରୁଛି। ମା’ଙ୍କ ଆଶୀର୍ବାଦ କାମନା ସହ ଅଞ୍ଚଳବାସୀ ଏହି ଉତ୍ସବକୁ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରୁଛନ୍ତି।