କନେଷ୍ଟବଳଙ୍କ ସ୍ୱାମୀଙ୍କୁ ହତ୍ୟା ଘଟଣାରେ ୯ ଗିରଫ
ମାସେ ପରେ ହତ୍ୟାକାଣ୍ଡ ପର୍ଦ୍ଦାଫାଶ, ବାହାର ରାଜ୍ୟରୁ ଧରାପଡ଼ିଲେ ଅପରାଧୀ
ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଗତମାସ ୨୮ ତାରିଖ ମହିଳା ପୁଲିସ କନେଷ୍ଟବଳଙ୍କ ସ୍ୱାମୀଙ୍କୁ ସ୍ୱାମୀଙ୍କୁ ଲୁଟି କରି ହତ୍ୟା ଘଟଣା ମାସେ ବିତିଛି। ଏହି ଘଟଣାରେ କେନ୍ଦୁଝର ପୁଲିସ ଝାଡ଼ଖଣ୍ଡ ଓ ବିହାର ରାଜ୍ୟର ୯ ଜଣ ପେଶାଦାର ଅପରାଧୀଙ୍କୁ ଗିରଫ କରିଥିଲା।
ଘଟଣାର ମୁଖ୍ୟ ଅଭିଯୁକ୍ତ ମାର୍କେଲ ସନ୍ତୋଷ ଓ ତାର ୪ ସହଯୋଗୀଙ୍କୁ ପୁଲିସ ଠାବ କରିବା ପରେ ଗିରଫ କରିଛି। ସନ୍ଦେହଜନକ ଘଟଣାକୁ ନେଇ ଗୁପ୍ତଚର କେନ୍ଦୁଝର ପୁଲିସ ପକ୍ଷରୁ ପ୍ରାଥମିକ ତଦନ୍ତ ପରେ ଏକ ବିଶେଷ ସ୍କ୍ୱାଡ୍ ଗଠନ କରାଯାଇଥିଲା। ଅପରାଧୀଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଥିଲା। ଜିଲ୍ଲାର ଦକ୍ଷ ପୁଲିସ ଅଧିକାରୀଙ୍କୁ ନେଇ ଏକ ଟିମ୍ ଝାଡ଼ଖଣ୍ଡ ଓ ବିହାର ଯାଇ ସେଠାକାର ପୁଲିସ ସହାୟତାରେ ଚଢ଼ଉ କରି ୯ ଜଣଙ୍କୁ ଆଣି ଜେରା କରିଥିଲେ।
ଦୀର୍ଘ ଦିନର ତଦନ୍ତ ପରେ କେନ୍ଦୁଝର ପୁଲିସ ୯ ଜଣ ପେଶାଦାର ଅପରାଧୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତମାନେ ଏକାଧିକ ଲୁଟ୍ ଓ ହତ୍ୟାକାଣ୍ଡରେ ଜଡ଼ିତ ରହିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଭାବେ ବ୍ୟାଙ୍କ, ବସ୍ ରହିବା ସ୍ଥାନ ଆଦିରେ ଅପରାଧୀମାନେ ଚୋରି ଓ ଲୁଟ୍ କରୁଥିଲେ। ଗତ ୨୮ ତାରିଖ ରାତିରେ ତ୍ରିଲୋଚନ ଦୋକାନ ବନ୍ଦ କରି ଘରକୁ ଫେରିଥିବା ସମୟରେ ଅଭିଯୁକ୍ତମାନେ ତାଙ୍କୁ ପିଛା କରିଥିଲେ। ରାସ୍ତାରେ ସେମାନେ ତ୍ରିଲୋଚନଙ୍କୁ ଅଟକାଇ ଟଙ୍କା ବ୍ୟାଗ୍ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ମାତ୍ର ସେ ନଦେବାରୁ ତାଙ୍କୁ ଦୁର୍ବୃତ୍ତମାନଙ୍କ ସହ ଧସ୍ତାଧସ୍ତି ହୋଇଥିଲା। ଏହାପରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ପରେ ତାଙ୍କ ନିକଟରୁ ଟଙ୍କା ବ୍ୟାଗ୍ ଓ ଲାପଟପ୍ ନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ।
ଆଜି ସକାଳ ଏଗାର ଟା ବେଳେ ଦୋକାନ ଘର ଓ ହତ୍ୟା କାଣ୍ଡ ଜାଗାରେ କେନ୍ଦୁଝର ପୋଲିସ ଓ ତୁରୁମୁଙ୍ଗା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁ ଘଟଣା ସ୍ଥଳରେ ସିନ ରି କ୍ରିଏସନ କରିଛି, କେନ୍ଦୁଝର ରୁ ଅଞ୍ଜନ କୁମାର ରଣାଙ୍କ ରିପୋର୍ଟ।