ରାଜ୍ୟସ୍ତରୀୟ ଯୋଗ ପ୍ରତିଯୋଗିତାକୁ ଉନ୍ନିତ ହେଲେ ଚେମଣା ଉଚ୍ଚ ବିଦ୍ୟାଳୟର ଦୁଇ ପ୍ରତିଭା

​ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ, ଚେମଣାର ଗର୍ବ ଓ ଗୌରବ ବୃଦ୍ଧି ପାଇଛି। ବିଦ୍ୟାଳୟର ୯ମ ଶ୍ରେଣୀର ଦୁଇ ଜଣ ପ୍ରତିଭାବାନ ଛାତ୍ର ତାରା ରଂଜନ ମହାନ୍ତ ଏବଂ ମନୋଜ କୁମାର ମହାନ୍ତ ଜୋନ୍ ସ୍ତରରୁ ଆରମ୍ଭ କରି କ୍ରମଶଃ ବ୍ଲକ, ଜିଲ୍ଲା ଏବଂ ବର୍ତ୍ତମାନ ଜିଲ୍ଲା ସ୍ତରରୁ ସଫଳତାର ସହ ରାଜ୍ୟସ୍ତରକୁ ଉନ୍ନିତ ହୋଇଛନ୍ତି।

​ଆସନ୍ତା ନଭେମ୍ବର ୨ ତାରିଖ ଦିନ ମାଲକାନଗିରି ଜିଲ୍ଲା ଜଗନ୍ନାଥପାଲି ଉଚ୍ଚ ବିଦ୍ୟାଳୟ (ସେକ୍ଟର ୭) ଠାରେ ଅନୁଷ୍ଠିତ ହେବାକୁଥିବା ରାଜ୍ୟସ୍ତରୀୟ ଯୋଗ ପ୍ରତିଯୋଗିତାରେ ସେମାନେ ଅଂଶଗ୍ରହଣ କରିବେ। ଉକ୍ତ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷୟତ୍ରୀ ତୃପ୍ତିମୟୀ ବାରିକଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନ ଓ ତତ୍ତ୍ୱାବଧାନରେ ଦୁଇ ଛାତ୍ର ମାଲକାନଗିରି ଗସ୍ତ କରୁଛନ୍ତି।

​ଛାତ୍ରମାନଙ୍କ ଏହି ଅସାଧାରଣ ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଲକ୍ଷ୍ମୀଧର ବାରିକ ଏବଂ ଶାରୀରିକ ଶିକ୍ଷା ଶିକ୍ଷୟତ୍ରୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ସେହିପରି ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ଓ କର୍ମଚାରୀ ଉଭୟ ଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ରାଜ୍ୟସ୍ତରରେ କୃତିତ୍ୱ ଅର୍ଜନ କରି ଅଞ୍ଚଳର ନାମକୁ ରୋଷନ୍ କରନ୍ତୁ ବୋଲି ଆଶା ପୋଷଣ କରିଛନ୍ତି।