ଚିକିଟାମାଟିଆ ଵାଳକ ଲୋଧା ଆଶ୍ରମ ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଅଭିଭାବକଙ୍କ ଧାରଣା
ସହକାରୀ ଶିକ୍ଷକ ରତ୍ନାକର ହେମ୍ବ୍ରମଙ୍କ ବଦଳି ଦାବିରେ ତେଜିଲା ଅସନ୍ତୋଷ
ବାରିପଦା(ସାକ୍ସୀ ନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଅନ୍ତର୍ଗତ ଚିକିଟିମାଟିଆ ଵାଳକ ପିଭିଟିଜି ଆଶ୍ରମ ବିଦ୍ୟାଳୟରେ ଶିକ୍ଷକଙ୍କ ବିରୋଧରେ ଅଭିଯୋଗକୁ ନେଇ ଥମୁନି ବିବାଦ। ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ପରେ ଆଜି ସ୍କୁଲ ଗେଟ୍ ସମ୍ମୁଖରେ ଧାରଣାକୁ ଓହ୍ଲାଇଛନ୍ତି ସହକାରୀ ଶିକ୍ଷକ ରତ୍ନାକର ହେମ୍ବ୍ରମଙ୍କୁ ତୁରନ୍ତ ବଦଳି କରିବା ଦାବିରେ ଅଡ଼ି ବସିଛନ୍ତି ଅଭିଭାବକମାନେ। ତେବେ ପ୍ରଶ୍ନ ଉଠୁଛି, ଅଭିଯୋଗ ପରେ ଅଭିଯୋଗ, ଏପରିକି ପ୍ରଧାନଶିକ୍ଷକଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହୋଇ ଜାମିନରେ କୋର୍ଟରେ ବାହାରିଥିବା ଶିକ୍ଷକ ରତ୍ନାକରଙ୍କୁ କାହିଁକି ଏତେ ଅନୁକମ୍ପା ? କେବେ ନିଦ ଭାଙ୍ଗିବ ଶିକ୍ଷା ବିଭାଗର ?ଶିକ୍ଷାର ମନ୍ଦିରରେ ଅଶାନ୍ତିର ନିଆଁ,ନ୍ୟାୟ ଦାବିରେ ସ୍କୁଲ ଗେଟ୍ ସମ୍ମୁଖରେ ଅଭିଭାବକଙ୍କ ଧାରଣା ।
ଶିକ୍ଷକଙ୍କ ବଦଳି ନହେବା ପର୍ଯ୍ୟନ୍ତ ହଟିବେ ନାହିଁ ବୋଲି ଜିଦ୍ ଧରିଛନ୍ତି ଅଭିଭାବକ।ତେବେ ଏହି ବିଦ୍ୟାଳୟର ସହକାରୀ ଶିକ୍ଷକ ରତ୍ନାକର ହେମ୍ବ୍ରମଙ୍କ ବିରୋଧରେ ଉଠିଥିବା ବିଭିନ୍ନ ଅଭିଯୋଗକୁ ନେଇ ଅଭିଭାବକମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ।ଆଉ ଆଜି ଦାବି ପୂରଣ ନହେବାରୁ ସିଧାସଳଖ ସ୍କୁଲ ମୁଖ୍ୟ ଗେଟ୍ ସମ୍ମୁଖରେ ଧାରଣାରେ ବସିଛନ୍ତି। ସୂଚନାଯୋଗ୍ୟ ସହକାରୀ ଶିକ୍ଷକଙ୍କ ଏଭଳି ଆଚରଣ ଏବଂ ମଦ୍ୟପାନ କରି ପ୍ରତିଦିନ ବିଦ୍ୟାଳୟ କୁ ଆସୁଥିବାରୁ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ ନିଜକୁ ବିଦ୍ୟାଳୟ ପରିସରରେ ଅସୁରକ୍ଷିତ ଏବଂ ଭୟଭୀତ ଅବସ୍ଥାରେ ଥିବା ମାନ୍ୟବର ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ ଜରିଆରେ ଜଣାଇଛନ୍ତି ।
ତେବେ ମାଳ ମାଳ ଅଭିଯୋଗ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ପରେ ମଧ୍ୟ ସଂପୃକ୍ତ ଶିକ୍ଷକ ଙ୍କ ବିରୋଧରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କାହିଁକି ଶୃଙ୍ଖଳା ଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନାହାନ୍ତି ଅଭିଭାବକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ପୁଣି ସେହି ବିଦ୍ୟାଳୟରେ ସଂପୃକ୍ତ ଶିକ୍ଷକ ଙ୍କ ଯୋଗଦାନକୁ ନେଇ ଅଭିଭାବକଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି। ଅଭିଭାବକଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି। ଅଭିଭାବକଙ୍କ ସ୍ପଷ୍ଟ ଦାବି, ଯେଉଁ ବିଦ୍ୟାଳୟରେ ଆଦିବାସୀ ଛାତ୍ରଛାତ୍ରୀ ରହି ପାଠ ପଢ଼ୁଛନ୍ତି, ସେଠାରେ ଶିକ୍ଷକଙ୍କ ଆଚରଣ,ବିଚରଣ ଓ କାର୍ଯ୍ୟଶୈଳୀ ଉପରେ କୌଣସି ସାଲିସ କରାଯିବ ନାହିଁ । ତେଣୁ ରତ୍ନାକର ହେମ୍ବ୍ରମଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି କରାଯାଉ ଏହାସହ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗର ନିରପେକ୍ଷ ତଦନ୍ତ କରାଯାଉ ।