ପିନାକ୍‌’ର ପ୍ରଥମ ଫ୍ଲାଇଟ୍‌ ଟେଷ୍ଟ

ଭୁବନେଶ୍ୱର: ଭାରତର ଦୂରଗାମୀ ଗାଇଡେଡ୍‌ ରକେଟ ପିନାକର ପ୍ରଥମ ଫ୍ଲାଇଟ୍‌ ଟେଷ୍ଟ ସୋମବାର ଓଡିଶା ଉପକୂଳ ଚାନ୍ଦିପୁରର ସମନ୍ୱିତ ପରୀକ୍ଷଣ ଘାଟୀରେ ସଫଳତାର ସହ କରାଯାଇଛି। ରକେଟ୍‌କୁ ସର୍ବାଧିକ ୧୨୦ କିଲୋମିଟର ପର୍ଯ୍ୟନ୍ତ ନିକ୍ଷେପ କରାଯାଇଥିଲା ଏବଂ ଏହା ଯୋଜନା ମୁତାବକ ସମ୍ପୂର୍ଣ୍ଣ ଦୂରତା ମଧ୍ୟରେ ଆଶାନୁରୂପ କୌଶଳ ପ୍ରଦର୍ଶନ କରିଥିଲା। ଏଲ୍‌ଆର୍‌ଜିଆର୍‌ ସଠିକତା ସହିତ ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଥିଲା। ସମସ୍ତ ନିୟୋଜିତ ରେଞ୍ଜ ଉପକରଣଗୁଡ଼ିକ ଫ୍ଲାଇଟର ଗତିପଥରେ ଏହାର ଉଡ଼ାଣକୁ ଟ୍ରାକ୍‌ କରିଥିଲେ। ଏହି ରକେଟ୍‌କୁ ଆର୍ମାମେଂଟ୍‌ ରିସର୍ଚ୍ଚ ଆଣ୍ଡ୍‌ ଡେଭଲପମେଂଟ୍‌ ଏଷ୍ଟାବ୍ଲିସମେଂଟ୍‌ ଦ୍ୱାରା ହାଇ ଏନର୍ଜି ମ୍ୟାଟେରିଆଲ୍ସ ରିସର୍ଚ୍ଚ ଲାବୋରେଟୋରୀ ସହିତ ମିଶି ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରୟୋଗଶାଳା ଏବଂ ଗବେଷଣା କେନ୍ଦ୍ର ଇମାରତ ସହାୟତାରେ ଡିଜାଇନ୍‌ କରାଯାଇଛି।