ଅଶୁଭ ଗୁରୁବାର: ତିନିଜଣ ପିଲାଙ୍କ ଉପରେ ଚଢ଼ିଗଲା ଅଟୋ, ଦୁଇଜଣ ଗୁରୁତର

ଅଶୁଭ ଗୁରୁବାର । ସବୁଦିନ ଭଳି ତିନିଜଣ ପିଲା ହାତ ଧରାଧରି ହୋଇ ସ୍କୁଲକୁ ଯାଉଥିଲେ ।

ହଠାତ୍ ଅଟୋଟିଏ ସେମାନଙ୍କ ଉପରେ ଚଢ଼ି ଯାଇଥିଲା ।

ଦୁଇଜଣ ସ୍କୁଲ ଛାତ୍ର ଏବେ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଦୁର୍ଘଟଣାଟି ଅନୁଗୁଳ ଜିଲ୍ଲାର ଉଗି ଦେହୁରି ସାହି ଅଂଚଳରେ ଘଟିଛି ।

ସ୍ଥାନୀୟ ଲୋକମାନେ ବେଶ କିଛି ସମୟ ଧରି ରାସ୍ତା ରୋକ କରିଥିଲେ ।

ବେପରୁଆ ଗାଡ଼ି ଚାଳକଙ୍କୁ ସାବାଡ୍ କରିବା ପାଇଁ ରାଜ୍ୟ ସରକାର କଡ଼ା ଆଇନ ବ୍ୟବସ୍ଥା କରିଛନ୍ତି । କିନ୍ତୁ ତାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ଚାହୁଁନାହାନ୍ତି ।